March 12, 2026
ajiro khabar
Share

 

 

୧-ପ୍ରଥମ ଥର ମହିଳା ବିଶ୍ୱକପ୍ ଜିତିଲା ଟିମ୍ ଇଣ୍ଡିଆ, କ୍ରିକେଟ୍ ଜଗତକୁ ମିଳିଲା ନୂଆ ଚାମ୍ପିଅନ।୫୨ ରନ୍ ରେ ହାରିଲା ଦକ୍ଷିଣ ଆଫ୍ରିକା।

 

୨-ଭବିଷ୍ୟତର ଚାମ୍ପିଅନକୁ ପ୍ରେରଣା ଦେବ ଏହି ବିଜୟ, ବିଶ୍ୱକପ୍ ବିଜୟୀ ମହିଳା ଟିମକୁ ପିଏମ ମୋଦୀଙ୍କ ଅଭିନନ୍ଦନ।

 

୩-ପୁରୀ:ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ବ୍ୟାରିକେଡ୍‌ରେ ଲମ୍ବା ଲାଇନ୍‌ରେ ଶ୍ରଦ୍ଧାଳୁ । ସକାଳୁ ସଂଧ୍ୟା ଯାଏଁ କମିଲାନି ଗହଳି । ଘଣ୍ଟା ଘଣ୍ଟା ଧରି ଭକ୍ତଙ୍କୁ ଅପେକ୍ଷା କରିବା ପରେ ଅସମ୍ଭାଳ ହୋଇଥିଲା ପରିସ୍ଥିତି । କିଛି ଶ୍ରଦ୍ଧାଳୁ ଅସୁସ୍ଥ ଅନୁଭବ କରିବା ସହ ଅସନ୍ତୋଷ ଝାଡ଼ିଛନ୍ତି ।

 

୪-ଶ୍ରୀହରିକୋଟା:ଇସ୍ରୋ ରଚିଲା ଇତିହାସ, ମହାକାଶକୁ ଗଲା କମ୍ୟୁନିକେସନ ସ୍ୟାଟେଲାଇଟ CMS-03।

 

୫-ଗୁଡିପଦର ଗ୍ରାମ:ଆନ୍ଧ୍ର ମନ୍ଦିର ଦଳାଚକଟା ଘଟଣା, ଗାଁରେ ପହଞ୍ଚିଲା ଆର. ରୂପାଙ୍କ ମରଶରୀର, କ୍ରନ୍ଦନରେ ଫାଟି ପଡ଼ିଲା ଶ୍ମଶାନ।

 

୬-ରେଢାଖୋଲ:ଚିନ୍ତା ବଢାଇଲାଣି କିଡନୀ ରୋଗ, ପଳସାବୁରି ଗାଁରେ ୩୦ଜଣ କିଡ଼ନି ରୋଗରେ ଆକ୍ରାନ୍ତ।

 

୭-ପ୍ରସିଦ୍ଧ ଶିଳ୍ପପତି ତଥା “ରୁଚି ମସଲା” ପ୍ରତିଷ୍ଠାତା ଡକ୍ଟର ଶରତ କୁମାର ସାହୁଙ୍କ ୭୬ ବର୍ଷ ବୟସରେ ପରଲୋକ।

 

୮-ଗଞ୍ଜେଇରେ ନୟାଗଡ଼ ,ବ୍ରାଉନସୁଗାରରେ ଖୋର୍ଦ୍ଧା ଆଗରେ; ୫ କୋଟିର ନିଶାଦ୍ରବ୍ୟ ଜବତ କଲା ପୁଲିସ।୨୭୩ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ୧୪୫ଟି ମାମଲା ରୁଜୁ।

 

୯-ଖାଦ୍ୟ ସୁରକ୍ଷା ଯୋଜନାରେ ବଢ଼ିଲା ଇ-କେୱାଇସି କରିବାର ତାରିଖ, ଡିସେମ୍ବର ୩୧ ସୁଦ୍ଧା କରାଇନେବାକୁ ସୂଚନା ଦେଲେ ସରକାର।

 

୧୦-ନୂଆ ତରିକାରେ ଲୋକଙ୍କୁ ଫସାଉଛନ୍ତି ସାଇବର ଅପରାଧୀ ; ଫେକ୍ ଇ ଚାଲାଣ ପଠାଇ ଗୋଟିଏ କ୍ଲିକ୍‌ରେ ଖାଲି ହୋଇଯାଇଛି ଆକାଉଣ୍ଟ।

 

୧୧-ରାଉରକେଲାର ସରକାରୀ ଡାକ୍ତରଖାନା,ସେଣ୍ଟ୍ରାଲ୍‌ ଲାବରେଟୋରିରେ ତାଲା ; ଖତ ଖାଉଛି କୋଟିକୋଟି ଟଙ୍କାର ମେସିନ୍।

 

୧୨-ବାଲିଚନ୍ଦ୍ରପୁର:ଖିରି ହାଣ୍ଡିରେ ମୁହଁ ମାରିଦେଲା ରୋଗିଣା କୁକୁର,ଜଳାତଙ୍କ ଭୟରେ ୫୦୦ ଲୋକ ନେଲେ ଇଞ୍ଜେକସନ।

 

୧୩-ହୀରାକୁଦ:୨୦ ଟଙ୍କାର ପାଉଁରୁଟି ଖାଇଦେଲା ବୋଲି,ଷଣ୍ଢକୁ ଛୁରି ମାରି ହତ୍ଯା,ଦୋକାନୀ ଗିରଫ।

 

୧୪-ଭୁବନେଶ୍ବର:ଅଗ୍ନିଶମ ନିଯମ ମାନୁନି ବସ୍;ବିଭାଗ ଚୁପ୍,ଆନ୍ଧ୍ରରେ ୨୦ ଯାତ୍ରୀ ଦଗ୍ଧ ପରେ ଓଡିଶାରେ ଆତଙ୍କ।

 

୧୫-SI ପରୀକ୍ଷା କେଳେଙ୍କାରୀ: ଶଙ୍କରକୁ ୫ ଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚର ଜେରା

 

୧୬-ନୁଆପଡା:ଆସନ୍ତା ୭ରେ ପ୍ରଚାର କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଘାସିରାମଙ୍କ ପାଇଁ ମାଗିବେ ଭୋଟ୍‌।

 

୧୭-ବିଜେଡି ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ଦଳ ମୁଖିଆ ନବୀନ ପଟ୍ଟନାୟକ। କୋମନାରେ ସାଧାରଣ ସଭା କରି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ନବୀନ। ଏଥିପାଇଁ ବଡ଼ ତୟାରିରେ ବିଜେଡି।

 

୧୮-ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଜିତିଲା ଭାରତ, ସିରିଜ ୧-୧ ରେ ବରାବର।

 

୧୯-ହରିୟାଣାରେ ‘ଦୀନ ଦୟାଲ ଲାଡୋ ଲକ୍ଷ୍ମୀ ଯୋଜନା’, ମହିଳାଙ୍କ ଖାତାକୁ ଗଲା ୨୧୦୦ ଟଙ୍କା।

 

୨୦-ଯୋଧପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଠିଆ ହୋଇଥିବା ଟ୍ରେଲର ସହ ଧକ୍କା ହେଲା ଟୁରିଷ୍ଟ ବସ୍ ; ୧୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ।

 

 

🙏 *ସୁପ୍ରଭାତ,ଗୁଡମର୍ଣ୍ଣିଂ* 🙏