ଉମରକୋଟ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ଅନୁଷ୍ଠିତ…….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ସ୍ଥାନୀୟ ସଦାଶିବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ମେହେର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥଲେ।ବରେଣ୍ୟ ଅତିଥି ଭାବେ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ କୁମାର ଅନୁଗୁଳିଆ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଅଶୋକ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପୁରୁଷତ୍ତମ ମାଝୀ ଓ ଦେବେନ୍ଦ୍ର ବାଘ ମଞ୍ଚାସିନ ହୋଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ ସଭାପତିତ୍ୱ କରିଥିଲେ। ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ। ଶ୍ରୀମତୀ ସୁଶୀଳା ମାଝୀ, ବରେଣ୍ୟ ଅତିଥି ଭାବେ ଶ୍ରୀମତୀ ରାଧା ଭତ୍ରା,ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିନିଧି ଶ୍ରୀ ଅଶୋକ କୁମାର ପାଢ଼ୀ, ନବରଙ୍ଗପୁର ଲୋକସଭା ସାଂସଦ ଶ୍ରୀ ବଳଭଦ୍ର ମାଝୀ ଙ୍କ ପ୍ରତିନିଧି ଶ୍ରୀ ରାମ କୃଷ୍ଣ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁରୁଷତ୍ତମ ମାଝୀ ଓ ଦେବେନ୍ଦ୍ର ବାଘ, ଅନୁଷ୍ଠାନ ର ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ଅନ୍ନପୂର୍ଣ୍ଣା ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ ସଭାପତି ଆସନ ଅଳଙ୍କୃତ କିରିଥିଲେ। ବ୍ଲକ୍ କୋଡ଼ିଏ ଗୋଟି କ୍ଲଷ୍ଟର ରୁ ଛାତ୍ର ଓ ଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ବିତର୍କ, ରଚନା, ଶିଳ୍ପକଳା, କୁଇଜ୍ , ସୃଜଶୀଳତା ଲିଖନ, ଭାଷଣ, ଓଡ଼ିଆ ଶୃତ ଲିଖନ, ଗୀତ, ଚିତ୍ରାଙ୍କନ ଓ ଦଳଗତ ସାଂସ୍କୃତିକ ଇତ୍ୟାଦି ପ୍ରତିଯୋଗୀତା ରେ ସଫଳତା ହାସଲ କରିଥିବା କୃତୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଓ ଛାତ୍ରୀ ମାନେ ଆଗାମୀ ୭ ତାରିଖ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ରେ ଅଂଶ ଗ୍ରହଣ କରିବେ। ମୁଖ୍ୟ ଅତିଥି ଶ୍ରୀମତୀ ସୁଶୀଳା ମାଝୀ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ର ବିକାଶ ରେ ସହାୟକ ହୋଇପାରିଛି ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିବା ସହ ଭବିଷ୍ୟତ ରେ ଭଲ ମଣିଷ ହୋଇ ସମାଜ ର ସେବା କରିବା ପାଇଁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ପୁରୁଷତ୍ତମ ମାଝୀ, ଶ୍ରୀମତୀ ସୁଶୀଳା ଜୋରଦାର, ଶ୍ରୀ ଦେବେନ୍ଦ୍ର କୁମାର ବାଘ, ବ୍ଲକ୍ ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ , ଶିକ୍ଷକ ଶ୍ରୀ ଅରୁଣ କୁମାର ବେହେରା, ଶ୍ରୀ ହେମନ୍ତ କୁମାର ଜେନା, ଫନିନ୍ଦ୍ର ଗାଇଁନ, ତ୍ରିପତି ପଟ୍ଟନାୟକ, ସୁନୀଲ ନାୟକ, ଗଣେଶ ପ୍ରସାଦ ରଣା, ଦେବୀ ପ୍ରସାଦ ପଟ୍ଟନାୟକ,ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ଓ ଶ୍ରୀ ଅସୀମ କୁମାର ବିଶ୍ୱାସ ଓ ବହୁ ସଂଖ୍ୟା ରେ ଶିକ୍ଷକ ମାନେ ସହଯୋଗ କରିଥିଲେ।
