April 26, 2026

ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଦୁର୍ନିତୀ ନିବାରଣ ସପ୍ତାହ ପାଳିତ

IMG-20251102-WA0037
Share

 

ମୋହନା(ଗଣେଶ ବିଷୋୟୀ)ସ୍ଥାନୀୟ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟ ପରିସରରେ ଶନିବାର ଦୁର୍ନିତୀ ନିବାରଣ ସପ୍ତାହ ମହା ବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଅଧ୍ୟାପକ ଜଗନ୍ନାଥ ପଣ୍ଡା ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ନିତୀ ବିରୋଧି ଆଇନ ସଂପର୍କରେ ସଚ଼େତନ କରିବା ସହ ଏହି ଦିବସର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଦୁର୍ନିତୀ କିପରି ଆମ ସମସ୍ତଙ୍କୁ କବଳିତ କରି ରଖିଛି ଏବଂ ନିଜର ନିଷ୍ଠାବାନ କର୍ତ୍ତବ୍ୟ ଦ୍ୱାରା ଆମେ କିପରି ତାକୁ ନିବାରଣ କରିପାରିବା ସେ ସଂପର୍କରେ କହିଥିଲେ। ମୁଖ୍ୟବକ୍ତା ଅଧ୍ୟାପକ ପ୍ରଣବାନନ୍ଦ ପାଟ୍ଟଯୋଷି ଓ ସମ୍ମାନୀତ ଅତିଥି ଅଧ୍ୟାପକ ମନୋରଞ୍ଜନ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଶିକ୍ଷାର୍ଥୀ ମାନଙ୍କୁ ଏକ ଦୁର୍ନିତୀମୁକ୍ତ ରାଷ୍ଟ୍ର ଗଠନର ଉପାଦେୟତା ଓ ଏଥିରେ ସେମାନଙ୍କର ଭୂମିକା ତଥା ଏହାର ମୂଳ ଉତ୍ପାଟନ ନ ହେଲେ ସାଧାରଣ ଲୋକେ ସାମାଜିକ ନ୍ୟାୟରୁ ବଞ୍ଚିତ ରହିବେ ଓ ସଚ୍ଚୋଟ ରାଷ୍ଟ୍ର ଗଠନରେ ଅନ୍ତରାୟ ସୃଷ୍ଟି କରିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ରୀତା କୁମାରୀ ଶତପଥି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଅଧ୍ୟାପକ ସନ୍ତୋଷ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।