ଆଜିଠାରୁ ସାତମାସ ଧରି ସମୁଦ୍ରରେ ମାଛଧରା ଉପରେ ଲାଗିଲା କଟକଣା
ଆଜିଠାରୁ ସାତମାସ ଧରି ସମୁଦ୍ରରେ ମାଛଧରା ଉପରେ ଲାଗିଲା କଟକଣା l ବିରଳ ଅଲିଭ ରିଡଲେ କଇଁଛ ଙ୍କ ଅଣ୍ଡାଦାନ ପାଇଁ ନଭେମ୍ବର ଏକ ତାରିଖ ଠାରୁ ମେ 31 ସାତମାସ ପାଇଁ ସମୁଦ୍ର କୂଳରୁ କୋଡିଏ କିଲୋମିଟର ମଧ୍ୟରେ ମତ୍ସ୍ୟଯିବି ମାନଙ୍କୁ ମାଛ ଧରିବାକୁ କଟକଣା ଜାରି କରାଯାଇଛି l ଯଦି ଏହାକୁ କେହି ମତ୍ସ୍ୟଯିବି ଅମାନ୍ୟ କରନ୍ତି ତେବେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ l ପ୍ରକୃତି ର ବିରଳ ଅବଦାନ ହେଉଛନ୍ତି ଏହି ବିରଳ ଅଲିଭ ରିଡଲେ କଇଁଛ l ଓଡିଶା ଉପକୂଳ କୁ ଏହି ବିରଳ ଅଲିଭ ରିଡଲେ ଭୂସ୍ବର୍ଗ ଭାବି ହଜାର ହଜାର ମାଇଲ ଦୂରରୁ ଓଡିଶା ଉପକୂଳ କୁ ଅଣ୍ଡାଦାନ କରିବାକୁ ଧାଇଁ ଆସିଥାନ୍ତି l ସରକାର ଙ୍କ ତରଫରୁ ଅଲିଭ ରିଡଲେ ଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଲାଗୁ କରାଯାଇଥିବା କଟକଣା କୁ ମତ୍ସ୍ୟଯିବି ମାନେ ସ୍ୱାଗତ କରିଥାନ୍ତି l ହେଲେ ଏହି କଟକଣା ଦ୍ୱାରା ଓଡିଶା ର ମତ୍ସ୍ୟଯିବି ମାନେ ପ୍ରଭାବିତ ହେଉଥିବା ନେଇ ଓମ୍ଫା ତରଫରୁ ପ୍ରକାଶ କରାଯାଇଛି l ଉପକୂଳ ରେ ମାଛ ଧରୁଥିବା ଛୋଟ ଛୋଟ ଟାପା ମାନେ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି କାରଣ ଓଡିଶାର ମତ୍ସ୍ୟଯିବି ମାନଙ୍କୁ ଡିଜେଲ ର ସବସିଡି ପ୍ରଦାନ କରାଯାଉନାହିଁ l ଯେଉଁ ରାଜ୍ୟର ମତ୍ସ୍ୟଯିବି ମାନଙ୍କୁ ଡିଜେଲ ସବସିଡି ପ୍ରଦାନ କରାଯାଉଛି ସେ ଅଞ୍ଚଳ ରେ କଟକଣା ନାହିଁ l ଡିଜେଲ ର ଅହେତୁକ ମୂଲ୍ୟ ବୃଦ୍ଧି କାରଣରୁ ଛୋଟ ଟାପା ଗୁଡିକ ଦୁରକୁ ଯାଇ ମାଛ ଧରିବା ଦ୍ୱାରା ସେମାନେ କ୍ଷତି ର ସମ୍ମୁଖୀନ ହେଉଛନ୍ତି l ତେଣୁ ଆମେ ଅଲିଭ ରିଡଲେ କଇଁଛ ଙ୍କ ସୁରକ୍ଷା କୁ ନେଇ ଲାଗୁ କଟକଣା କୁ ସ୍ୱାଗତ କରୁଛୁ ହେଲେ ସରକାର ମତ୍ସ୍ୟଯିବି ମାନଙ୍କ ପେଟପାଟଣା କୁ ଦୃଷ୍ଟିରେ ରଖି ଡିଜେଲ ସବସିଡି ପ୍ରଦାନ କରିବାକୁ କହିଛନ୍ତି ଓମ୍ଫା ର ସଭାପତି ଶ୍ରୀକାନ୍ତ ପରିଡା l
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
