April 30, 2026

ବାଣୀକ୍ଷେତ୍ର ଝଙ୍କଡ଼ ଶାରଳା ପୀଠରେ ବାଣୀପର୍ବ ର ବାଣୀକ୍ଷେତ୍ର ସାହିତ୍ୟ ଉତ୍ସବ ଓ ଲୋଗୋ ଉନ୍ମୋଚନ…..

IMG-20251102-WA0022
Share

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଶାରଳା ସାହିତ୍ୟ, ସଂସ୍କୃତି ଓ ମହତ୍ତ୍ୱ କୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ସୁପ୍ରତିଷ୍ଠିତ କରିବା ପାଇଁ ବାଣୀପର୍ବ ର ଆବାହକ ଦେବେନ୍ଦ୍ର ନାଥ ରାଉତ ଙ୍କ ଆହ୍ୱାନ କ୍ରମେ ଗତ ରବିବାର ଦିନ ପୂର୍ବାହ୍ନ ରେ, ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ଅତିଥିଭବନରେ, ବାଣୀପର୍ବ, ବାଣୀକ୍ଷେତ୍ର ସାହିତ୍ୟ ଉତ୍ସବ, ଲୋକାର୍ପଣ ପର୍ବ ଓ ଲୋଗୋ ଉନ୍ମୋଚନ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ ସମୟରେ ମା ସାରଳା ଠାକୁରାଣୀ ଙ୍କ ମାର୍ଜନା ପୂଜାର୍ଚ୍ଚନା ପରେ ଲୋଗୋ ସମର୍ପଣ କରାଯାଇ, ସଭାସ୍ଥଳୀ କୁ ଅଣାଯାଇଥିଲା l ମାଆଙ୍କର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଆଶୀର୍ବାଣି ପ୍ରଦାନ କରିବା ସହିତ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ l ଆବାହକ ଦେବେନ୍ଦ୍ର ନାଥ ରାଉତ, ଏହି ବାଣୀପର୍ବ ର ଲକ୍ଷ୍ୟ, ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ବାଣୀପର୍ବ ର ଏହି ଅଭିନଵ ପ୍ରୟାସ, ବାସ୍ତବିକ ଶତତ ପ୍ରଶଂସନୀୟ ଓ ସର୍ବତ୍ର ଅଭିନନ୍ଦନୀୟ ବୋଲି କହିଥିଲେ.l ଡ ସିଦ୍ଧେଶ୍ବର ପଣ୍ଡା, ଓ ଡ଼ ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ସଂଯୋଜନା ରେ ଜଗତସିଂହ ପୁର ଜିଲ୍ଲାର ଶତାଧିକ ସାହିତ୍ୟ ସଂସ୍କୃତି ଓ ସମାଜସେବୀ ସଙ୍ଗଠନ ର କର୍ମକର୍ତ୍ତା ମାନେ ନିଜ ନିଜର ବକ୍ତବ୍ୟ ଓ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ l

You may have missed