ବାଣୀକ୍ଷେତ୍ର ସାରଳା ପୀଠରୁ ଶ୍ରୀ କ୍ଷେତ୍ର ପୁରୀ କୁ ବିଂଶତମ ସଂକୀର୍ତ୍ତନ ପଦଯାତା୍
ତିର୍ତ୍ତୋଲ -ଝଙ୍କଡ଼ ସାରଳା ପୀଠରୁ ଗତ ଅଣତିରିଶ ତାରିଖ ବୁଧବାର ପୂର୍ବାହ୍ନ ରେ, ତିର୍ତ୍ତୋଲ ବ୍ଳକ, ବିରିତୋଳ ପଞ୍ଚାୟତ ର ଅଧିବାସୀ ମାନଙ୍କ ତରଫରୁ ବିଂଶତମ ସଂକୀର୍ତ୍ତନ ପଦଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶୁଭାରମ୍ଭ ହୋଇଯାଇଛି.
ଏହି ଉପଲକ୍ଷେ ବିରିତୋଳ, ସଲମ ପୁର, ବରୁଣ ପଡା, ଅଇନି ପୁର, ଧୂଆଁପାରି, ସଂଅରା, ଗୋପାଳ ପୁର, ମୁଳିସିଂହ ଆଦି ଗ୍ରାମର ଭଗବତ ପ୍ରେମୀ ଜନସାଧାରଣ ସାମିଲ ହୋଇ, ମା ସାରଳାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଆଦି କରିବା ପରେ ବେଢା ପରିକ୍ରମା କରିବା ସହିତ ମାଆଙ୍କ ଆଜ୍ଞ୍ୟା ମାଳ ନେଇ ଏକ ପଟୁଆର ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ସଂକୀର୍ତ୍ତନ ଶୋଭାଯାତ୍ରା ରେ ଅଗ୍ରସର ହୋଇଥିଲେ.! ସୂଚନାଯୋଗ୍ୟ ଏହି ସଂକୀର୍ତ୍ତନ ଶୋଭାଯାତ୍ରା କୁ ବିଭିନ୍ନ ସ୍ଥାନରେ, କେତେକ ଗ୍ରାମବାସୀ, ମଠ ମନ୍ଦିର ଓ ଅନୁଷ୍ଠାନ ମାନଙ୍କ ତରଫରୁ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଥାଏ! ତେବେ ଜଗନ୍ନାଥ ସଂସ୍କୃତି ଓ ସାରଳା ସଂସ୍କୃତି ମଧ୍ୟରେ କାଳ କାଳ ଧରି ରହିଆସିଥିବା ନିବିଡ଼ ସମ୍ପର୍କ କୁ ଅଧିକ ସୁଦୃଢ କରିବା ସହିତ ଏହାକୁ ଉଦ୍ଜୀବିତ କରି ରଖିବା, ଏହି ସଂକୀର୍ତ୍ତନ ପଦଯାତ୍ରା ର ଲକ୍ଷ୍ୟ ଓ ଆଭିମୁଖ୍ୟ ବୋଲି, ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଆସୁଥିବା କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରି ଅଛନ୍ତି!ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
