April 30, 2026

ଆଦିମ ଜନଜାତିଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ..

IMG-20251030-WA0021
Share

 

 

ଗଜପତି ଜିଲ୍ଲା ମୋହନା ବ୍ଲକରେ ଶତାଧିକ ଆଦିମ ଜନଜାତିର ଲୋକେ ଏକତ୍ରିତ ହୋଇ ଚନ୍ଦ୍ରଗିରି ଠାରେ ଥିବା ସୌରା ଉନ୍ନୟନ ସଂସ୍ଥା ଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଦୀର୍ଘ ବର୍ଷଧରି ଆଦିମ ଜନଜାତି ଗାଁ ମାନଙ୍କରେ

ଓପିଇଏଲପି ନାମକ ଏକ ପ୍ରକଳ୍ପ ମାଧ୍ୟମରେ ଆଦିବାସୀଙ୍କୁ ଅନେକ ସୁବିଧା ଯୋଗାଇ ଦିଆଯାଉଥିଲା l ଫଳରେ ଲୋକେ ଚାଷ କ୍ଷେତ୍ରରେ ହେଉ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ସୁବିଧା ସୁଯୋଗ ପାଇଥିଲେ।କିନ୍ତୁ ବର୍ତ୍ତମାନ ନୂତନ ସରକାର ଆସିବା ପରେ ତାହାକୁ ବନ୍ଦ କରିଦେଇଛନ୍ତି l ତେଣୁ ଆଜି ମୋହନା ବ୍ଲକର ପ୍ରାୟ ୧୮ ଗୋଟି ଗ୍ରାମ ପଞ୍ଚାୟତର ୯୬ ଆଦିମ ଜନଜାତି ଗାଁର ପ୍ରାୟ ୫୦୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଲୋକେ ଏକତ୍ରିତ ହୋଇ ପୁନଃ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏହି ବିକ୍ଷୋଭ ର ନେତୃତ୍ଵ ନେଇଥିଲେ ମୋହନା ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମ ଦଳବେହେରା। ସେ କହିବା କଥା ହେଲା ପୂର୍ବ ସରକାର ସ୍ଥାନୀୟ ଜନ ଜାତି ଲୋକଙ୍କ କଲ୍ୟାଣ ପାଇଁ ରାସ୍ତା ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଖାଦ୍ୟ ଯୋଗାଇ ଦେଉଥିଲେ। ବର୍ତ୍ତମାନ ସେହି ଯୋଜନା ବନ୍ଦ ହେବା ଫଳରେ ସ୍ଥାନୀୟ ଲୋକଙ୍କ ଚାଲି ଚଳନ ରେ ବହୁତ କ୍ଷତି ହେବାକୁ ଲାଗି ରହିଥିବାରୁ ବାଧ୍ୟ ହୋଇ କାର୍ଯ୍ୟାଳୟ ଘେରାଉ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ପୁଣି ଯୋଜନା ଆରମ୍ଭ କରିବା ନିମନ୍ତେ ଦାବି କରିଛନ୍ତି।

You may have missed