April 30, 2026

ପାଠାଗାର ସାମ୍ନା ପାଲଟିଛି ଗାଡି ପାର୍କିଂ ସ୍ଥଳ

IMG-20251030-WA0017
Share

 

 

ବୋଲଗଡ଼,(ଉପାନ୍ତ ଖବର): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମପଞ୍ଚାୟତ ର ଧଳାପଥର ଗ୍ରାମ ରେ ସରକାରୀ ଅନୁଦାନ ରେ ନିର୍ମିତ ପାଠାଗାର ଟି ଏବେ ଜନୈକ ପୂର୍ବତନ ସରପଞ୍ଚ ଙ୍କ ବ୍ୟକ୍ତିଗତ ମାଲିକାନା ସତ୍ୱ ରେ ବ୍ୟବହାର ହେଉଥିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ପାଠା ଗାରଟି ରେ ସବୁବେଳେ ତାଲା ଝୁଲୁ ଥିବା ବେଳେ ଏହାର ସମ୍ମୁଖରେ ଖାଲି ପଡିଥିବା ଟିଣ ଛପର ଜାଗା ତଳେ ସମ୍ପୃକ୍ତ ପ୍ରାକ୍ତନ ସରପଞ୍ଚ ଦୁଇ ଦୁଇଟା ନିଜ ର ଚାରି ଚକିଆ କାର ରଖି ଏକ ଗାଡି ପାର୍କିଂର ପରିବେଶ ସୃଷ୍ଟି କରିଛି। ଏପରିକି ଏହି ପାଠା ଗାର ପାଇଁ ମିଳିଥିବା ବିଭିନ୍ନ ଆସବାବ ପତ୍ର ଓ ମିଳିଥିବା ବହି ପତ୍ର କୁ ଉକ୍ତ ସରପଞ୍ଚ ବିକ୍ରୀ କରି ଦେଇ କେବଳ ନାମ ଫଳକ ରେ ପାଠାଗାର କୁ ସୀମିତ ରଖିଛନ୍ତି। ପୂର୍ବରୁ ଏହାର ନାମ ଲକ୍ଷ୍ମୀ ପାଠାଗାର ଥିବା ବେଳେ ଏଵେ କେବଳ ପାଠାଗାର,ଧଳାପଥର ଉଲେଖ କରି ଥିବାରୁ ସରକାରୀ ଅର୍ଥ ହେରଫେର କରିଥିବା ସନ୍ଦେହ ସୃଷ୍ଟି ହେଉଛି। ଅନେକ ସମୟ ରେ ଏହି ପାଠାଗାର ଘରେ ବିଳମ୍ବିତ ରାତିରେ ମଦ ଓ ଭୋଜିଭାତ ର ଆସର ଜମୁଥିବା ଦେଖିବାକୁ ମିଳୁଛି। ସେହିପରି ଏହି ବ୍ୟକ୍ତି ନିଜର କ୍ଷମତା ଓ ବାହୁ ବଳ ପ୍ରୟୋଗ କରି ଧଳାପଥର ରାଜସ୍ବନିରୀକ୍ଷକ ଙ୍କ କାର୍ଯ୍ୟାଳୟ କୁ ଲାଗି ରହିଥିବା ଶ୍ରୀ ଜଗନ୍ନାଥ କ୍ଲବ ନାମ ଫଳକ ଥିବା ଗୋଚର ଜମିରେ ନିର୍ମିତ ଘର କୁ କୋଠଘର ନାମରେ ସରକାରୀ ଅନୁଦାନ ଆଣି ନିଜ ବ୍ୟକ୍ତିଗତ ମାଲିକାନା ଜାହିର କରି ନିଜ ନିୟନ୍ତ୍ରଣ ରେ ରଖି ଛନ୍ତି। ଏପରିକି ସୁଚନା ଅନୁଯାୟୀ ଏହି କୋଠ ଘର କୁ ବିଭିନ୍ନ ସମୟ ରେ ବାହାର ଲୋକଙ୍କୁ ଭଡା ଦେଇ ଅର୍ଥ ଉପାର୍ଜନ କରି ଚଳୁ କରୁ ଛନ୍ତି ।ସରକାର ଙ୍କ ନିୟମ ଅନୁସାରେ ସରକାରୀ ଅନୁଦାନ ରେ ନିର୍ମିତ ସମସ୍ତ ସମ୍ପତ୍ତି ପଞ୍ଚାୟତ ନିୟନ୍ତ୍ରଣ ରେ ରହିବା ର ବିଧି ବ୍ୟବସ୍ଥା ଥିବା ବେଳେ କେଉଁ କାରଣ ରୁ ପୂର୍ବତନ ସରପଞ୍ଚ ଏହାକୁ ଜବର ଦଖଲ କରି ନିଜ ମାଲିକାନା ସତ୍ୱ ରେ ରଖିଛନ୍ତି ତାହା ଅନୁସନ୍ଧାନ କରି ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed