ମୁଖ୍ୟ ରାସ୍ତା କଢ଼ରେ ଯୁବକକୁ ହତ୍ଯା
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତା 1,5, କୁନ୍ଦୁରା ବ୍ଲକ ସ୍ଥିତ କେରମେଟି ପଞ୍ଚାୟତ ର କେନ୍ଦୁଗୁଡା ଗାଁରେ ଗତକାଲି ରାତିରେ ହତ୍ୟା କରାଯାଇଛି l ଯୁବକ ଜଣକ ହେଲେ ଘନପତି ଦୁରୁଆ, ବୟସ 17 ବର୍ଷ, ପି. ରତନ,ପରିବାର ଓ ଗାଁ ଲୋକଙ୍କ ସୂଚନା ପ୍ରକାରେ ଗତକାଲି ରବିବାର ଦିନ ସନ୍ଧ୍ୟା 6 ଟା ବେଳେ ପାଖ ଗାଁ ଆମ୍ବଗୁଡ଼ାର ଜଣେ ଯୁବକ ପ୍ରଥମେ ଫୋନ୍ ରେ ଯୋଗଯୋଗ କରି କେଉଁ ଆଡ଼େ ବୁଲିବାକୁ ଯିବା ମୁଁ ଆସିବି କହିଥିଲା l ଏବଂ କିଛି ସମୟ ପରେ ମୋଟର ସାଇକେଲ ଯୋଗେ ଆସିଲା l ଯେହେତୁ ଦୁଇଜଣ ପୂର୍ବରୁ ପରିଚିତ ଓ ସାଙ୍ଗ ହୋଇ ଅନ୍ୟ ଦିନ ଗୁଡିକରେ କାମ କରନ୍ତି ଓ ବୁଲାବୁଲି ମଧ୍ଯ କରନ୍ତି l ତେବେ ଘରପାଖ ଏକ ଦୋକାନରେ ଘନପତି ସହ ବସିଥିବା ଅନ୍ୟ ସାଙ୍ଗସାଥି ଆଉ କିଛି ସନ୍ଦେହ କୁ ନେଲେ ନାହିଁ l କିନ୍ତୁ ରାତିରେ ଆଉ ଘରକୁ ଫେରି ନ ଥିଲା ଘନପତି, ସକାଳେ ଗାଁ ନିକଟରେ ଥିବା ଏକ ପୋଖରୀ ରେ ମୃତ ଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ l ଏ ନେଇ ପରିବାର ଲୋକେ କୁନ୍ଦୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ ସଦଳବଳେ ପହଞ୍ଚି ଥିଲେ ଏ ଏସ୍ ଆଇ ଗୋବିନ୍ଦ ହଂସଦାସ, ଏବଂ ଥାନା ଅଧିକାରୀ ଇନ୍ ଚାର୍ଜ ଇଶ୍ୱର ତାଣ୍ଡି I ପରେ ପରେ ଆସିଥିଲେ ଏସ୍ ଡି ପି ଓ ଏବଂ ସାଇଣ୍ଟିଫିକ୍ ଟିମ୍, ପ୍ରାୟ 30 ମିନିଟ୍ ରୁ ଅଧିକ ସମୟ ଘଟଣା ସ୍ଥଳରେ ତଦନ୍ତ କରିଥିଲେ l ଓ ସାଥିରେ ଆଣିଥିବା ସନ୍ଧାନୀ କୁକୁର ଦ୍ଵାରା ତଦନ୍ତ ବେଳେ ଯେଉଁ ଯୁବକ ଘରୁ ଠାରୁ ଡାକି ଆଣିଥିଲା ତାଙ୍କ ଘରକୁ ଗଲା l ସେତେବେଳକୁ ଅଭିଯୁକ୍ତ ଲକ୍ଷ୍ମଣ ବାରିକଙ୍କୁ ଗୁଣ୍ଡାଳ ପଞ୍ଚାୟତରୁ ସମ୍ପର୍କୀୟଙ୍କ ଘରୁ ଗିରଫ୍ କରିଛି ପୁଲିସ l ଘଟଣାରେ ବ୍ୟବହୃତ ହୋଇଥିବା ମୋଟର ସାଇକେଲ OD 10 L 7718 କୁ ଯବତ କରାଯାଇଛି l ଗତକାଲି ମୃତ ଦେହ ଯବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l କେସ୍ ନଂ 41 / 2023 ରୁଜୁ କରି ଅଧିକ ତଦନ୍ତ ଚଳାଇଛି ପୁଲିସ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡ଼ିଶା l