ଅଭୟ ଅନିର୍ବାଣଙ୍କ ” ବିଚିତ୍ରବର୍ଣ୍ଣା ” ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ..
ଭୁବନେଶ୍ୱର(ନୃସିଂହ ଚରଣ ବାରିକ)ଭୁବନେଶ୍ବର ସ୍ଥିତ ଲୋହିଆ ଏକାଡେମୀ ସଭା ଗୃହରେ ଅଭୟ ଅନିର୍ବାଣ ଙ୍କ ବିଚିତ୍ରବର୍ଣ୍ଣା ପୁସ୍ତକର ଲୋକାର୍ପଣ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ପଞ୍ଜାବ ଓ ସିନ୍ଧ ବ୍ୟାଙ୍କର ପ୍ରାକ୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜିତ କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ। ଉଚ୍ଚ ଶିକ୍ଷା ବିଭାଗ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି, ରାଜଧାନୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ତଥା ଲେଖିକା ସଂସଦ ଓଡ଼ିଶାର ଅଧ୍ୟକ୍ଷା ଡ଼ଃ ଶକୁନ୍ତଳା ବଳିୟାର ସିଂହ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାହିତ୍ୟ ସମାଜର ପଥ ପ୍ରଦର୍ଶକ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଅଧ୍ୟାପକ ସୁବାସ ଚନ୍ଦ୍ର ବେହୁରା ଅତିଥି ପରିଚୟ ପ୍ରଦାନ ସହିତ ବିଚିତ୍ରବର୍ଣ୍ଣା ପୁସ୍ତକ ଉପରେ ସମୀକ୍ଷାତ୍ମକ ଅଭିଭାଷଣ ରଖିଥିଲେ। ଅତିଥି ମାନଙ୍କ ଦ୍ବାରା ଅଭୟ ଅନିର୍ବାଣଙ୍କ ବିଚିତ୍ରବର୍ଣ୍ଣା ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଶତାଧିକ ପୁସ୍ତକ ପ୍ରେମୀ ମହିଳା ଓ ପୁରୁଷ ସଭାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏବିଜିପିର ଭାରତ ପୂର୍ବାଞ୍ଚଳ କ୍ଷେତ୍ର ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ସ୍ବାଇଁ,ଅନ୍ୟ ସଦସ୍ୟ
ସୈ।ମେନ୍ଦ୍ର ଜେନା,ବଳବନ୍ତ ସାହୁ, ଦେବର୍ଷି ମହାନ୍ତି,ହେମନ୍ତ ପଣ୍ଡା,ଅଭିଜ୍ଞାନ ଅଭିଷେକମ,ପ୍ରଫୁଲ୍ଲ ଦାସ,ବ୍ରଜ ନାରାୟଣ ତ୍ରିପାଠୀ, ନୃସିଂହ ବାରିକ,ପର୍ଶୁରାମ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
