June 18, 2026

ଦୀପାବଳି ଆସିଲେ ଖୋଜା ପଡିଥାଏ କାଉଁରିଆ କାଠି 

IMG-20251020-WA0031
Share

 

ବୋଲଗଡ଼,(ଉପାନ୍ତ ଖବର): ଆଲୋକର ପର୍ବ ଦିପାବଳି। ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ଗାଁ ଗଣ୍ଡାରୁ ସହର ପର୍ଯ୍ୟନ୍ତ ପିଠା, ପଣା, ଫଳ, ମୂଳ ଦେଇ ବଡ଼ ବଡୁଆଙ୍କୁ ଘର ଆଗରେ ଡ଼ାକିଥାନ୍ତି ପରିବାର ଲୋକେ। ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ଗାଁ ଗଣ୍ଡାରୁ ସହର ପର୍ଯ୍ୟନ୍ତ ପିଠା, ପଣା, ଫଳ, ମୂଳ ଦେଇ ବଡ଼ ବଡୁଆଙ୍କୁ ଘର ଆଗରେ ଡ଼ାକିଥାନ୍ତି ପରିବାର ଲୋକେ। ଏକା ସଙ୍ଗରେ କାଉଁରିଆ କାଠିକୁ ଜଳାଇ ସପରିବାର ସହ ସାହି ପଡ଼ୋଶୀ ଓ ବନ୍ଧୁ ବାନ୍ଧବଙ୍କ ସହ ମିଳିମିଶି ଡ଼ାକନ୍ତି ବଡ଼ ବଡୁଆ ହୋ ଅନ୍ଧାରରେ ଆସ, ଦୀପାବଳି ଆଲୋକ ଦେଖି ଆମକୁ ଆଲୋକିତ କର ହୋ ବୋଲି କହି କାଉଁରିଆ କାଠି ଲଗାଇ ପୂଜା କରିଥାନ୍ତି। ଦୀପାବଳି ପୂର୍ବରୁ ଗାଁ ହାଟରେ ବଡ଼ ବଡ଼ୁଆଙ୍କୁ ଡ଼ାକିବା ପାଇଁ ଆଉ କାଉଁରିଆ କାଠ ମିଳୁନାହିଁ। କାରଣ ଆଉ ନଳିତା ଚାଷ ପୂର୍ବ ଭଳି ଗାଁରେ ଚାଷୀ କରୁନାହାନ୍ତି। ସମସ୍ତେ ଧାନ ଓ ପରିବା ଚାଷ ମୁହାଁ ହେଉଛନ୍ତି, ଯେଉଁଥି ପାଇଁ ଚଳିତ ଦୀପାବଳିରେ ଗାଁଗୁଡ଼ିକରେ  ବଡ଼ ବଡ଼ୁଆଙ୍କୁ ଡ଼ାକିବା ପାଇଁ କାଉଁରିଆ କାଠି ବା ନଳିତା କାଠି ମିଳୁନାହିଁ। ବଜାରରେ ଚାହିଦା ଅନୁସାରେ ୪ଟି କାଠି ବିଶିଷ୍ଟ ଗୋଟିଏ ବିଡ଼ାକୁ ୨୦ରୁ ୩୦ ଟଙ୍କା ଦରରେ ବିକ୍ରି କରାଯାଉଛି।

ଦିନଥିଲା  ନଦୀ ଉପକୂଳବର୍ତ୍ତୀ ଏବଂ ବିଭିନ୍ନ ଗ୍ରାମାଅଞ୍ଚଳରେ ଚାଷୀମାନେ ନଳିତା ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ବର୍ତ୍ତମାନ ଚାଷୀମାନେ ଧାନ ଓ ପନିପରିବା ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ନଳିତା ଚାଷ ସମୟରେ ଚାଷୀମାନଙ୍କୁ ଉପଯୁକ୍ତ ବିହନ, ବୈଷୟିକ କୌଶଳ ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉନଥିବା ବେଳେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଗଲେ ପୂର୍ବପରି ନଳିତା ଚାଷର ଆଦର ରହିବ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed