ତିର୍ତ୍ତୋଲ କୁମାର ଉତ୍ସବ ମଞ୍ଚରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ
ଦିନକୁ ଦିନ ହଜିଯିବାକୁ ବସିଥିବା ଲୋକକଳା କୁ ଉଦ୍ଜୀବିତ କରି ରଖିବାକୁ ସରକାରୀ ସ୍ତରରେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଉ ନଥିବା ବେଳେ, କେତେକ କଳାକୁ ବଞ୍ଚେଇ ରଖିବାକୁ ସଚେତନତା ସୃଷ୍ଟି କରୁଥିବା ସାଂସ୍କୃତିକ ଅନୁଷ୍ଠାନ ଯଥାସମ୍ଭବ ପ୍ରୟାସ ଜାରି ରଖିଛି l ଏପରି ରଙ୍ଗୀନ ମାହୋଲ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ସ୍ଥିତ କୁମାର ଉତ୍ସବ ମହାମଞ୍ଚ ରେ l ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ଓ ଉତ୍କଳ କଳାକାର ଏକାଡେମୀ ର ବନ୍ଧୁମିଳନ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବର୍ଗର କଳାକାର ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଲୋକକଳା ମହୋତ୍ସବ ୨୦୨୫ l ପ୍ରାୟ ୪୦ ଜଣ କଳାକାର ନିଜନିଜର କଳା ଦକ୍ଷତା ପାଇଁ ଋତୁପର୍ଣ୍ଣା କଳା ମହ୍ଲାର ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଦିତ ହୋଇଛନ୍ତି l ଏହି ଲୋକକଳା ମହୋତ୍ସବ ରେ ମୁଖ୍ୟ ଅତିଥିଭାବେ ଆନ୍ତର୍ଜାତିକ ଇଂରାଜୀ କବି, ଅବସରପ୍ରାପ୍ତ ଶିକ୍ଷାବିତ୍, ପ୍ରବଚକ, ଜ୍ୟୋତିର୍ବିଦ ଶ୍ରୀଯୁକ୍ତ ବ୍ରଜକିଶୋର ଦାସ ଯୋଗ ଥିବାବେଳେ ମୁଖ୍ୟ ବକ୍ତା ଥିଲେ ଉତ୍କଳ କଳାକାର ଏକାଡେମୀ ର ଚେୟାରମ୍ୟାନ ଶ୍ରୀଯୁକ୍ତ ଶଶଧର ପଣ୍ଡା l ଶ୍ରୀଯୁକ୍ତ ବଲ୍ଲଭ ଚରଣ ପାଣି ଆୟୋଜିତ ସଭାକୁ ଉଦଘାଟନ କରିଥିବା ବେଳେ ସଭାପତିତ୍ୱ କରିଥିଲେ ପଣ୍ଡିତ ଡଃ. ଅରୁଣ କୁମାର ପାଣି l ବରଣ୍ୟ ଅତିଥିଭାବେ ବିବେକାନନ୍ଦ ହୋତା, ଉତ୍କଳ କଳାକାର ଏକାଡେମୀର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ, କଳ୍ପନା ସୁତାର, ଆକାଶବାଣୀ ର କଣ୍ଠଶିଳ୍ପୀ ଜୀବନାନନ୍ଦ ଅଧିକାରୀ ପ୍ରମୁଖ ଯୋଗ ଦେଇ କଳା ଓ କଳାକାର ଙ୍କ ଜୀଵନ ଜୀବିକା କୁ ସରକାରୀ ସ୍ତରୀୟ ମାନ୍ୟତା ପ୍ରଦାନ ଓ ପ୍ରୋତ୍ସାହନ ପୂର୍ବକ ହଜି ଯାଉଥିବା କଳା କୁ ବଞ୍ଚେଇ ରଖିବାକୁ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମତ ପ୍ରଦାନ କରିଥିଲେ l ଏହି ମଞ୍ଚରେ ଧୁଡୁକି ବାଦକ, ଖଞ୍ଜଣୀ ବାଦକ, ମୃଦଙ୍ଗ ବାଦକ, ତବଲା ବାଦକ, ଅଟୋପ୍ୟାଡ଼ ବାଦକ, ଶାସ୍ତ୍ରୀୟ ସଂଗୀତ ଶିଳ୍ପୀ, ଓଡିଶୀ ନୃତ୍ୟ ଶିଳ୍ପୀ, ସମ୍ବଲପୁରୀ ନୃତ୍ୟ ଶିଳ୍ପୀ,ଘୋଡା ନାଚ ଗାୟକ, ପାଲା ଗାୟକ, ଦାସକାଠିଆ, ଯୋଡି ମହୁରୀ ବାଦକ, ସାହାନାଇ ବାଦକ, ବେହେଲା ବାଦକ,ଗୀତାର ବାଦକ,ଏକତାରା ବାଦକ ଆଦି ଲୋକକଳା ର କଳାକାର ମାନେ ନିଜନିଜର କଳା ପ୍ରଦର୍ଶନ କରିଥିଲେ l ସବୁଠୁଁ ଆକର୍ଷଣୀୟ ଥିଲା ଦିଲ୍ଲୀପ ସାମଲ ଙ୍କ ଦ୍ୱାରା ରାମ ନାଟକ ର ହନୁମାନ କଳା ପ୍ରଦର୍ଶନ l ଏହିସବୁ କାର୍ଯ୍ୟକ୍ରମ କିପରି ରାଜ୍ୟ ସ୍ତରୀୟ କଳା ଓ କଳାକାର କୁ ସହାୟକ ହୋଇ ପାରିବ, ସେଥିପାଇଁ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ଓ ଉତ୍କଳ କଳାକାର ଏକାଡେମୀ ପ୍ରୟାସ ଜାରି ରଖିଛି l ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ କଳାକାର ଏକାଡେମୀର କମିଟି ଗଠନ କରାଯଉଛି l ଜଗତସିଂହପୁର ରେ କମିଟି ଗଠନ ପାଇଁ ଉଦ୍ୟମ ଚାଲିଛି l ଜିଲ୍ଲା ସଭାପତି ଭାବେ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ସମ୍ପାଦକ ଭାବେ ରଞ୍ଜନ କୁମାର ମଲ୍ଲିକ ଏବଂ କୋଷାଧ୍ୟକ୍ଷ ଭାବେ ଭାଗବତ ପ୍ରସାଦ ରହି ଥିବା ସ୍ଥଳେ, ଆଠ ଗୋଟି ବ୍ଲକ ରେ ସଭାପତି ଚୟନ ସରିଛି l ଖୁବ ଶୀଘ୍ର ଜିଲ୍ଲାର ପୂର୍ଣ୍ଣାଙ୍ଗ କମିଟି ଘୋଷଣା କରାଯିବାକୁ ସଭାପତି ସୂଚନା ଦେଇଛନ୍ତି l
