March 12, 2026

ମା ବିରସିଂହୀ ପୀଠମହା ସପ୍ତମୀ, ମହାଷ୍ଟମୀ, ମହାନବମୀ ତିନି ଦିନ ପାଇଁ ଚଳ ଚଞ୍ଚଳ

IMG-20250929-WA0040
Share

 

ଛତ୍ରପୁର ତା୨୯/୯/୨୦୨୫(ଅରୁଣ କୁମାର ପଣ୍ଡା) ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମର ପର୍ବତ ଉପରେ ବିରାଜିତ ଖଣ୍ଡ-ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ମା’ ବୀରସିଂହୀ ପୀଠରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ମୁଖର ହୋଇଉଠିଛି । ତିନିଦିନ ବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଉତ୍ସବ ପାଳନ କରାଯାଏ ମା’ ବୀରସିଂହୀ ଦେବୀଙ୍କ ଠାରେ ମହାଷ୍ଟମୀ ଓ ମହାନବମୀ ପୂଜା ନିମନ୍ତେ ସ୍ୱତନ୍ତ୍ର ନୀତିକାନ୍ତି ଏବଂ ବିଦ୍ଧିବଦ୍ଧ ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ ଦୈନିକ ଚଣ୍ଡୀପାଠ, ହୋମ ତଥା ଷୋଡ଼ଶ ଉପଚାର ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଅଧିଷ୍ଠାତ୍ରୀ ଦେବୀ ମା’ ଶିବାରୁଢ଼ା ଦକ୍ଷିଣ କାଳୀ ରୂପରେ ପୂଜା ଆରାଧନା କରାଯାଏ । ଯାହାକି ପ୍ରାଚୀନ ଗଡ଼ଜାତ ରାଜ୍ୟ ପାଲୁରୁଗଡ଼ ରାଜାଙ୍କ ଅନ୍ୟତମ ଈଷ୍ଟଦେବୀ ଭାବେ ଜନମାନସରେ ଖ୍ୟାତ ଓ ପରିଚିତ ହେଇ ଆସିଥିବା କୁହାଯାଏ । ମା’ଙ୍କ ପୀଠରେ ଆମିଷ ଭୋଜନ ପ୍ରଚଳିତ ହୋଇ ଆସୁଛି । ଏଠାରେ ଭକ୍ତମାନେ ନିଜ ପରିବାରର ମଙ୍ଗଳ ମନାସୀ ଥାଆନ୍ତି । ମାନସିକ ପୂରଣ ହେବା ପରେ ଉକ୍ତ ଶ୍ରଦ୍ଧାଳୁ ଭକ୍ତଙ୍କ କୁଟୁମ୍ବ, ବନ୍ଧୁ-ପରିଜନମାନଙ୍କୁ ନେଇ ଏଠାରେ ଖୁସିରେ ଭୋଜିଭାତର ଆୟୋଜନ କରନ୍ତି । ବାସ୍ତବିକ୍ ଏଠାରେ ବାର ମାସରେ ବିଭିନ୍ନ ଅନୁଷ୍ଠାନ ର ବନ୍ଧୁମିଳନ ଭୋଜି ଆସର ଜମିଥାଏ । ମା’ ବୀରସିଂହୀ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହଯୋଗରେ ଏହି ପାର୍ବଣ ପୂଜା ଅନୁଷ୍ଠିତ ହେଇଥାଏ । କର୍ତ୍ତା ଭାବେପୂର୍ବତନ ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ଦାଶ ଓ ପୂଜକ ପଣ୍ଡିତ ନରହରି ଦାଶ ଶର୍ମାଙ୍କ ପୌରହିତ୍ୟରେ ପୂଜା କର୍ମକାଣ୍ଡ ଆଦି ଅନୁଷ୍ଠିତ ହୋଇ ଆସୁଛି । ଦୈନିକ ଅଗଣିତ ଶ୍ରଦ୍ଧାଳୁ ଭକ୍ତଗଣ ଦେବୀଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ପବିତ୍ର ମହାଷ୍ଟମୀ ମହାନବମୀ ପୂଜାରେ ସମାଗମ ହୋଇଥାନ୍ତି। ଏହି ଗ୍ରାମର ଲୋକମାନେ ମଧ୍ୟ ମା’ ବୀରସିଂହୀଙ୍କ ଈଷ୍ଟଦେବୀ ବୋଲି ଭାବନାନେଇ ଏଠାକୁ ଆସିଥାଆନ୍ତି । ନିଜ ନିଜର ମାନସିକ ପୂରଣ ପାଇଁ ଏଠାରେ ପୂଜାର୍ଚ୍ଚନା କରିଥାଆନ୍ତି । ଯାହାକି ମା’ ବୀରସିଂହୀ ପୀଠ ର ଅବସ୍ଥିତି ଓ ମାନ୍ୟତା ପରମ୍ପରା ଖୁବ୍ ନିଆରା ଅଟେ ବୋଲି ସାଧାରଣରେ ବିଶ୍ୱାସ କରାଯାଏ ।