April 26, 2026

ଦୁର୍ଗାମାଧବ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

IMG-20250929-WA0020
Share

 

 

 

 

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ ଉପାନ୍ତ ଖବର

 

 

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡତଳମୂଳ ଗ୍ରାମ ରେ ଶାରଦୀୟ ଦୁର୍ଗାପୂଜା ଅବସରରେ ତରୁଣ କ୍ଲବ ଆନୁକୂଲ୍ୟ ରେ ୬୫ ତମ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ର ଉଦଘାଟନ ଉତ୍ସବ ପିଏମ ଶ୍ରୀ ତଳମୂଳ ହାଇସ୍କୁଲ ପଡିଆ ଠାରେ ଆଜି ଉଦଘାଟିତ ହୋଇଯାଇଅଛି l ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ବିପ୍ଳବ ଜେନା, ସାମ୍ନାନୀୟ ଅତିଥି ଭାବେ ମହିମା ଜେନା, ପୂର୍ବତନ ଶିକ୍ଷକ ଅଭିରାମ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ସୋନାଲି ମହାପାତ୍ର, ତଳମୂଳ ଗ୍ରାମ ସଭାପତି ରମେଶ ଚନ୍ଦ୍ର ନାଥ, କ୍ଲବ ସଭାପତି ରାଧାକାନ୍ତ ପଟ୍ଟନାୟକ,ଯୋଗ ଦେଇଥିଲେ l ପ୍ରତିଯୋଗିତା ରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଏହା ଆମ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ର ବିଷୟ ହୋଇଥିବା ବୋଲି ମୁଖ୍ୟ ଅତିଥି ଉଦବୋଧନ ଦେଇଥିଲେ l ଏବଂ ଲୁକାୟିତ କ୍ରୀଡା ପ୍ରତିଭାକୁ ବିକଶିତ କରିବାର ପ୍ରକୃତ ମାଧ୍ୟମ ବୋଲି ସାନମାନୀୟ ଅତିଥି ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ବିପ୍ଳବ ଜେନା ଗ୍ରାମର ଦୂର୍ଗାମାଧବ ଦର୍ଶନ କରି ସଭାରେ ଯୋଗ ଦେଇ ପ୍ରଦ୍ବୀପ ପ୍ରଜ୍ବଳନ କରିଥିଲେ l ଖେଳ ପରିଚାଳନା ରେ ଅଂଶଗ୍ରହଣ କରିଥିଲେ ଶ୍ରୀଯୁକ୍ତ ଆଶ୍ରିବାଦ କାନୁନଗୋ, ଅନିଲ ନନ୍ଦ, ସଲିଳ ଦାସ, l ଏବଂ ଆଜିର ମ୍ୟାଚ କମିଶନର ଭାବେ ବସନ୍ତ କୁମାର ଦାସ ଙ୍କୁ ମନୋନୀତ କରାଯାଇଥିଲା l ଏଥିରେ ୮ ଟି ଜିଲ୍ଲା ସ୍ତରୀୟ ଚମ୍ପିୟାନ ଦଳ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରୁଅଛନ୍ତି l ଆଜି ଉଦଘାଟନୀ ଉତ୍ସବ ରେ ଢେଙ୍କାନାଳ ବନମାଳୀ ପ୍ରସାଦ ବନାମ ପତାକା ଆଠମଲ୍ଲିକ ମଧ୍ୟରେ ପ୍ରତିଯୋଗୀତା ହୋଇଥିଲା l ନିର୍ଦ୍ଧାରିତ ସମୟ ମଧ୍ୟରେ ଢେଙ୍କାନାଳ ବନମାଳୀ ପ୍ରସାଦ ପତାକା ଆଠମଲ୍ଲିକ କୁ ୨/୦ ଗୋଲ ରେ ପରାସ୍ତ କରି ଢେଙ୍କାନାଳ ବନମାଳୀପ୍ରସାଦ ବିଜୟୀ ହୋଇଥିଲା l ଏବଂ ଆସନ୍ତା କାଲି ରେଙ୍ଗାଲି ବନାମ ସମ୍ବଲପୁର ମଧ୍ୟରେ ଦ୍ୱିତୀୟ କ୍ୱାଟର ଫାଇନାଲ ଖେଳାଯିବ l ଏବଂ ୦୧ ତାରିଖରେ ନାଲକୋ ବନାମ ତୁରଙ୍ଗ ଏବଂ ୦୩ ତାରିଖ ରେ ତାଳଚେର ବନାମ ଚାନ୍ଦ କ୍ଲବ ଅନଗୁଳ ମାଧ୍ୟରେ ଅନ୍ତିମ କ୍ୱାଟର ଫାଇନାଲ ଖେଳାଯିବ l ୩୦ ତାରିଖରେ ପ୍ରଥମ ସେମିଫାଇନାଲ ଓ ୪ ତାରିଖରେ ଦ୍ୱିତୀୟ ସେମି ଫାଇନାଲ ଏବଂ ୫/୧୦ /୨୦୨୫ ତାରିଖରେ ଫାଇନାଲ ଖେଳାଯିବ ବୋଲି କ୍ଳବ ତରଫରୁ ଘୋଷଣା କରାଯାଇଅଛି l ଏଥିରେ ତରୁଣ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ l