ଶିକ୍ଷକ ବଦଳିକୁ ନେଇ ଗୁର୍ଖାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା
ସୁରେନ୍ଦ୍ର କଠାର,ବରଗଡ
ବରଗଡ ଜିଲା ଅତାବିରା ବ୍ଲକ ଝିଲିମିଣ୍ଡା ପଂଚାୟତ ଅଧିନ ଗୁର୍ଖାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା
ଅଛି |ଛାତ୍ରଛାତ୍ରୀ ଅନୁପାତ ହିସାବରେ ଶିକ୍ଷକ ଅଛନ୍ତି |କିନ୍ତୁ ଉକ୍ତ ବିଦ୍ୟାଳୟର ଜଣେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ନିକଟସ୍ଥ ଝିଲିମିଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଝିଲିମିଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ପଠାଯିବାର ଅର୍ଡର ପାଇବାର ଖବର ଶୁଣି ଗୁର୍ଖାପାଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ବିଦ୍ୟାଳୟରେ ପରିଚାଳନା କମିଟିର ଚେୟାରମ୍ୟାନ ଦୁଆରୁ ଦରଡିଆକଂ ସଭାପତିତ୍ବରେ ଏକ ବୈଠକ କରି କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରୁ ନ ଛାଡିବାକୁ ପ୍ରସ୍ତାବ ନେଇଥିଲେ |ଏ ନେଇ ବିଦ୍ୟାଳୟରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ପରିସ୍ତିତି ସୃଷ୍ଟି ହୋଇଥିଲା |
