April 27, 2026

ଆଜି ମାଁ ରାମଚଣ୍ଡୀ ସର୍ବ ମଙ୍ଗଳା ବେଶ ରେ ଦର୍ଶନ ଦେବେ

IMG-20250923-WA0161
Share

 

ଛତ୍ରପୁର ତା ୨୩/୦୯/୨୦୨୫(ଅରୁଣ କୁମାର ପଣ୍ଡା) କରପଡା ପଞ୍ଚାୟତର ଅନୁଚ ପାହାଡ ଶିଖରେ ଅବସ୍ଥିତ ମାଁ ରାମଚଣ୍ଡୀଙ୍କ ପୀଠରେ ଆଜି ଆଶ୍ୱିନ ଶୁକ୍ଳ ତୃତୀୟା ତିଥିରେ ସମ୍ପୂର୍ଣ ଚଣ୍ଡୀ ପୂରାଣ ରୀତିନୀତି ଅନୁସାରେ ମାଁ ରାମଚଣ୍ଡୀ ଙ୍କ ସୋଢଶ ଦିନାତ୍ମକ ପୂଜା ଚାଲିଚି l ପ୍ରତ୍ୟେକ ଦିନ ମାଁ ଭିନ୍ନ ଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ଆଜି ମାଁ ସର୍ବ ମଙ୍ଗଳା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି lଏହି ପୂଜାରେ ବିପୁଳିଙ୍ଗି ଗ୍ରାମର ଶ୍ରୀ ଦିବାକର ଦାସ ମୁଖ୍ୟ କର୍ତ୍ତା ଓ ଭୁବନେଶ୍ୱର ର ଗୋପୀନାଥ ସ୍ୱାଇଁ ଉପକର୍ତ୍ତା ଭାବେ ପୂଜାରେ ଯୋଗଦେଇଥିଲେ l ଏହି ପୂଜା ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନ ରେ ପୀଠ ପୁରୋହିତ ପଣ୍ଡିତ ଶ୍ରୀ ନବକୃଷ୍ଣ ଆଚାର୍ଯ୍ୟ ବ୍ରହ୍ମପୁର ର ପଣ୍ଡିତ ଚନ୍ଦ୍ରଭାନୁ କର ଓ ଗଞ୍ଜାମ ର ପଣ୍ଡିତ ରାମକୃଷ୍ଣ ଶତପଥୀ ଉପସ୍ଥିତିରେ ବେଦପାଠ କରାଜାଈ ପୂଜାର୍ଚ୍ଚନା କରାଯାଇଥାଏ l ସନ୍ଧ୍ୟା ସମୟରେ ସବୁବେଳେ ମାଁ ଙ୍କ ମହା ଆରତୀ ଅନୁଷ୍ଠିତ ହୋଇଥାଏ l ତାପରେ ସଂକଳ୍ପ ହୋଇଥିବା ମା ମାନଙ୍କ ଦ୍ୱାରା ଦୁର୍ଗା ସହସ୍ର ନାମରେ କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହୋଇଥାଏ l ଏଥିରେ ଶତାଧିକ ମାଆ ମାନେ ଭାଗନିଅନ୍ତି l ମହାଷ୍ଟମୀ ଯାଏଁ ପ୍ରତ୍ୟେକ ଦିନ ଏହିପରି କୁଙ୍କୁମାର୍ଚ୍ଚନ ଅନୁଷ୍ଠିତ ହେବାପାଇଁ ସ୍ଥିର କରଯାଇଛି l ଠିକ ସେହିପରି ପୂଜା ସୋପାନ ଅନୁସାରେ ଶ୍ରୀ ଚଣ୍ଡୀପାଠ,ଚଣ୍ଡୀ ହବନ, ପୁଷ୍ପାର୍ଚ୍ଚନ, ଇତ୍ୟାଦି କରା ଯାଇଥାଏ l ଆଜି ମାଁ ଙ୍କୁ ଦର୍ଶନ କରିବା ଲାଗି ଛତ୍ରପୁର, ବ୍ରହ୍ମପୁର ଓ ଆଖାପାଖି ଅଞ୍ଚଳର ଭକ୍ତ ଙ୍କ ଭିଡ଼ ଜମିଥାଏ l ଭକ୍ତ ମାନଙ୍କ ପାଇଁ ପ୍ରତ୍ୟେକ ଦିନ ଭଜନ ସନ୍ଧ୍ୟା, ଦେବୀ ଭାଗବତ, ଲୋକ କଳା କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ l ଭକ୍ତମାନଙ୍କ ମନୋସ୍କାମନା ପାଇଁ ଅଖଣ୍ଡ ଦୀପ ପ୍ରଜ୍ବଳନ ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି lଏହି ଅବସରରେ କରପଡା ପଞ୍ଚାୟତ ର ସରପଞ୍ଚ ଅଜୟ ନାୟକ,ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଳ ପଣ୍ଡା, ପୂଜା କମିଟି ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), ତ୍ରିପତି ବାଲାଜୀ ମିଶ୍ର, ସଭାପତି CH ଦୟାନନ୍ଦ ରେଡ୍ଡୀ,ସମ୍ପାଦକ ବିମଳ ପଣ୍ଡା, ଉପସଭାପତି ଦିବାକର ନାୟକ, ସହ ସଂଯୋଜକ ତୁଷାର ଶତପଥୀ, ଜୋତିର୍ବିଦ ଦୀପକ ଦାସ, ତ୍ରିନାଥ ନାୟକ,ଗୋବର୍ଧନ ନାୟକ, ସୁଧୀର ମହାରଣା, କୁଞ୍ଜ ନାୟକ (କୋଷାଧକ୍ଷ), ବୃନ୍ଦାବନ ନାୟକ, ମନୋଜ ମିଶ୍ର, ନାରାୟଣ ସାହୁ, ଦଣ୍ଡ ମହାରଣା, ଶିବ ନାୟକ, ମୁନା ଗୌଡ଼, ଉପେନ୍ଦ୍ର ବେହେରା, ଏବଂ ସମସ୍ତ ପୂଜା କମିଟି କାର୍ଯ୍ୟକର୍ତା ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଭାବେ ପରିଚାଳନା କରାଯାଇ ଥାଏ l