April 29, 2026

ପିପୁଲ୍ସ କଲେଜ ଅଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

IMG-20230430-WA0015
Share

ବୁଗୁଡା : ତା ୩୦/୦୪/୨୩ : ସ୍ଥାନୀୟ ପିପୁଲ୍ସ କଲେଜର କର୍ମଚାରୀ ସଂଘ ପକ୍ଷରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କଲେଜ ପରିସରସ୍ଥ ସମ୍ମିଳନୀ କକ୍ଷରେ ପରିଚାଳନା ସଭାପତି ରଜନୀ କାନ୍ତ ଭଟ୍ଟଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ ବରିଷ୍ଠ ଅଧ୍ଯାପକ ହରିକୃଷ୍ଣ ନାୟକ, କର୍ମଚାରୀ ସଂଘ ସମ୍ପାଦକ ଅକ୍ଷୟ କୁମାର ସାହୁ ଓ ସହସମ୍ପାଦକ ସୁଶାନ୍ତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଗତ ୧୯୮୫ ମସିହାରେ ପ୍ରାଣୀ ବିଜ୍ଞାନ ଅଧ୍ଯାପକ ଭାବେ ଅଧ୍ଯାପନା କାର୍ଯାରମ୍ଭ ସହ ଦୀର୍ଘ ସାଢେ ଛତିଶି ବର୍ଷର କାର୍ଯ୍ୟକାଳ ମଧ୍ୟରୁ ଶେଷ ପାଞ୍ଚ ବର୍ଷ ଅଧ୍ଯକ୍ଷ ରୂପେ ପ୍ରଶାସନିକ ଦାୟିତ୍ବ ନିର୍ବାହ କରିଥିବା ଅବସରପ୍ରାପ୍ତ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପ୍ରଶାସନିକ ସେବାକାର୍ଯ୍ୟ ପ୍ରଶଂସନୀୟ ଏବଂ ଅବିସ୍ମରଣୀୟ ବୋଲି କର୍ମଚାରୀଗଣ ସ୍ବ ସ୍ବ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏ ଅବସରରେ କର୍ମଚାରୀ ସଂଘ ପକ୍ଷରୁ ବିଦାୟୀ ଅଧ୍ଯକ୍ଷଙ୍କୁ ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଓ ଆତ୍ମପ୍ରକାଶ ନାୟକ ଏବଂ ଅଧ୍ୟାପିକା ଭି.ସନ୍ତୋଷୀ ରାଜୁ ଓ ଅନୀତା ଦେବୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।

You may have missed