April 28, 2026

ଉମରକୋଟ ଠାରେ ମା ପେଣ୍ଡ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ……….

IMG-20250922-WA0113
Share

 

 

ଉମରକୋଟ..22.09.2025.(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ ପୂଜାରୀ ଭରଣ୍ଡି ଗ୍ରାମରେ ଦୁଇ ଦିନ ଧରି ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ପେଣ୍ଡ୍ରାଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟାଜିତ ହୋଇଥିଲା l ପୂଜାରୀ ଭରଣ୍ଡି ମା ପେଣ୍ଡ୍ରାଣୀ ମନ୍ଦିର ପୁଜାରୀ ଶ୍ରୀ ଶେଖର ପୂଜାରୀ , ଶ୍ରୀ ମୁରଲୀଧର ପୂଜାରୀ, ଶ୍ରୀ ବିଦ୍ୟା ପୂଜାରୀ ଙ୍କ ତତ୍ତ୍ଵାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟାଜିତ କରାଯାଇଥିଲା l ଆଜି ଏହି ଟୁର୍ଣ୍ଣାମେଣ୍ଟର ଉଦଯାପିତ ଅବସରରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା ଓ ସମ୍ମାନୀତ ଅତିଥି ଭାବେ ବି.ଜେ. ପି ରାଜ୍ୟ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଓ ନବରଙ୍ଗପୁର ସାଂସଦ ବଳ ଭଦ୍ର ମାଝୀ ଙ୍କ ପ୍ରତିନିଧି ରାମ ନାୟକ,ଓ ଝରିଗାଁ ବିଧାୟକ ପ୍ରତିନିଧି ଶ୍ରୀ ସୋନା ମାଝୀ , ଚିକଲିପଦରେ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ନାୟକ ଯୋଗ ଦେଇଥିବା ବେଳେ ଶ୍ରୀ ଅଶୁତୋଷ ମଣ୍ଡଳ, କାଲl ଦାଦା, ଲବ ଦତ୍ତ, ପବିତ୍ର ଗରଡା,ଅତିଥି ଭାବେ ମଞ୍ଚାସୀନ ଥିଲେ l ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରେ ବାର ଗୋଟି ଟିମ୍ ଭାଗ ନେଇଥିଲେ l ଏହି ଟୁର୍ଣ୍ଣାମେଣ୍ଟ ରେ ପ୍ରଥମ ସେମି ଫାଇନାଲ ପ୍ରବେଶ କରିଥିଲେ ଦଲଦଲି ଓ କୁମ୍ଭି ଦଡା ଟିମ୍ ଓ ଦିତୀୟ ସେମି ଫାଇନାଲ ରେ ପ୍ରବେଶ କରିଥିଲେ ବୁର୍ଜା ଟିମ୍ ଓ ଛତ୍ତିଶଗଡ଼ ରାଜ୍ୟର ଜଗଦଳପୁର ଟିମ୍ l ଶେଷରେ ଫାଇନାଲ ପ୍ରବେଶ କରିଥିଲେ କୁମ୍ଭିଦଡା ଓ ଜଗଦଳପୁର I ଏଥିରେ ଜଗଦଲପୁର ବିଷୟ ଲାଭ କରିଥିଲା l ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ବିଜେତା ଦଳକୁ ଦଶ ହଜାର ସହ ଟ୍ରଫି ପ୍ରଦାନ କରାଯାଇ ଥିଲା l ସେହିପରି ଉପ ବିଜେତା ଦଳକୁ ସାତ ହଜାର ସହ ଟ୍ରଫି ପ୍ରଦାନ କରିଥିଲେ l ଟୁର୍ନାମେଣ୍ଟ ରେ ଉତ୍ତମ୍ ଗୋଲକିପର, ରେଫରୀ, ଲାଇନମ୍ୟାନ ,କେମେଟ୍ରି . ମନକୁ ମଧ୍ୟ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଟୁର୍ଣ୍ଣାମେଣ୍ଟକୁ ମା ପେଣ୍ଡ୍ରାଣୀ ଯୁବ କମିଟିର ସଦସ୍ୟ ମୋତି ଗଣ୍ଡ, ଯାଦୁ ପୂଜାରୀ, ଜଳନ୍ଧର ଗଣ୍ଡ, ସୋନା ଗଣ୍ଡ, ସୋନା ଗଣ୍ଡ, ଲଲିତ ଗଣ୍ଡ, ପେରସ ସୁନା, ପଦଲମ୍ ହରିଜନ ସହ ଅନ୍ୟମାନେ ରହି ଦୁଇ ଧରି ଖେଳକୁ ସୁଚାରୁ ରୁପେ ପରିଚାଳିତ କରି ଥିଲେ l ଶେଷରେ କମେଣ୍ଟରିଟ୍ ଟୁନା ବାବୁ ମଞ୍ଚ ପରିଚାଳନା କରିଥିଲେ l

You may have missed