June 21, 2026

ବେଠିଆବୋରଦା ସ୍କୁଲରେ ପୋଷାକ ବିତରଣ ମେଳା 

IMG-20250921-WA0045
Share

 

ବୁଗୁଡ଼ା : ତା ୨୧/୦୯/୨୫ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବେଠିଆବୋରଦା ପ୍ରାଥମିକ ବିଦ୍ୟାଳୟରରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବିଶ୍ବାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏସ୍ଏମସି ସଭାନେତ୍ରୀ ସୁଲୋଚନା ସ୍ବାଇଁ, ସିଆରସିସି ଦିଲ୍ଲୀପ କୁମାର ବେହେରା ଓ କାନସୁକା ସ୍କୁଲ ପ୍ରଧାନ ଶିକ୍ଷକ ରବିନ୍ଦ୍ର ବେହେରା ଯୋଗଦେଇ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସେମାନଙ୍କୁ ପୋଷାକ ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସହକାରୀ ଶିକ୍ଷକ ନିଳାଦ୍ରୀ ବିହାରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଶିକ୍ଷକ ସୀତାରାମ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।