ବିଜେପି ପକ୍ଷରୁ ରକ୍ତଦାନ ଶିବିର , ୧୧୩ ୟୁନିଟ୍ ରକ୍ତ ସଂଗ୍ରହ
ବୁଗୁଡ଼ା : ତା ୨୧/୦୯/୨୫ : ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସଠାରୁ ସେବା ପକ୍ଷ ପାଳନ ଅବସରରେ ସ୍ଥାନୀୟ ବଡଦାଣ୍ଡସ୍ଥିତ କଳିଙ୍ଗ ବୈଶ୍ୟ ସଂଘ ଗୃହରେ ବିଜେପି ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିବା ବେଳେ ଏଥିରେ ଘୁମୁସର ସାଂଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡାଙ୍କ ସମେତ ମଣ୍ଡଳ ସଭାପତିମାନେ ଯୋଗ ଦେଇ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ଅବସରରେ ୧୧୩ ଜଣ ବ୍ଯକ୍ତି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲା ବେଳେ ଡାକ୍ତର ଜୟଦେବ କୁମାର ଘୋଷଙ୍କ ନେତୃତ୍ୱରେ ବ୍ରହ୍ମପୁର ମେଡିକାଲର ଏକ ଟିମ୍ ଆସି ସେମାନଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିରକୁ କେଦାରନାଥ ମହାରଣା, କୃଷ୍ଣଚନ୍ଦ୍ର ମହାପାତ୍ର ଓ ଯଜ୍ଞ ନାରାୟଣ ପାତ୍ର ପରିଚାଳନା କରିଥିବା ବେଳେ ଆଲୋକ ଦାଶ, ରୂପମ୍ ସୁବୁଦ୍ଧି, କାହ୍ନା ମହାନ୍ତି, ରାଜେନ୍ଦ୍ର ଦଳେଇ, ଦିବ୍ଯ ସାହୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।
