September 10, 2026

ଖୋର୍ଦ୍ଧା ଟାଉନ୍ ମସଜିଦରେ ବମ୍ ପକାଇ ଦୁର୍ବୁତ୍ତ ଚମ୍ପଟ

IMG-20250921-WA0010
Share

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ଶନିବାର ରାତ୍ର 11ଘଂଟିକା ସମୟରେ ଖୋର୍ଦ୍ଧା ମସଜ଼ିଦ ପରିସର ମଧ୍ୟରେ କିଛି ଅସାମାଜିକ ଦୁର୍ବୁତ୍ତ ବମ୍ ପକାଇ ଆଖି -ପିଛୁଳାକେ ଫେରାର ହୋଇଯାଇଥିବା ଜଣାପଡିଛି. ପ୍ରକାଶ ଯେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପକ୍ଷରୁ ଅସାମାଜିକ ବ୍ୟକ୍ତି ବିଶେଷ ବିରୁଦ୍ଧରେ ଦମନ. ପ୍ରହାର କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଖୋର୍ଦ୍ଧା ସହର ମଧ୍ୟରେ ଧର୍ମାନୁଷ୍ଠାନ କେନ୍ଦ୍ରରେ ରାତ୍ରରେ ବମ୍ ପକାଇବା ପୋଲିସ ପାଇ ଏକ ଚାଲେଞ୍ଜ ହୋଇଥିବା ଦେଖିବାକୁ ମିଳିଥିଲା. ପ୍ରକାଶ ଯେ ଖୋର୍ଦ୍ଧା ସହର ଏକ ଭାଇଚରାର ସହର ହୋଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ଲାଗିରହିଛି. ଅଞ୍ଚଳର କେତକ ଵୃଦ୍ଧା କହିଥିଲେ ଆମ୍ଭେ କବର ରେ ଗୋଟିଏ ଗୋଡ଼ ଦେଇଥିବା ବେଳେ ଏପରି ଘୁନ୍ୟ କାମ ଦେଖି ନ ଥିଲୁ. ଆଜି ଯାହା ଆମ୍ଭେ ନିଜ ଆଖିରେ ଦେଖିବାକୁ ପାଉଛୁ. ଖବର ପାଇ ଖୋର୍ଦ୍ଧା ଥାନା ଭରୋପ୍ରାପ୍ତ ଅଧିକାରୀ ଘଟଣା ସ୍ତଳ ପରିଦର୍ଶନ କରିବା ସହ ଓସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବେ ବୋଲି ସର୍ବ -ଶମ୍ଭୁଖରେ ପ୍ରତିଶୃତି ଦେଇଥିଲେ