ନବରଙ୍ଗପୁର ଜିଲ୍ଲା, ଉମରକୋଟ ସ୍ଥିତ ହୋଟେଲ ଏସ୍ ଏସ୍ ଇଣ୍ଟରନାସନାଲ ଠାରେ ଜିଏସଟି ହାର ସମ୍ବନ୍ଧୀୟ ଆଲୋଚନା……

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ର ସାଂସଦ ଶ୍ରୀଯୁକ୍ତ ବଲଭଦ୍ର ମାଝୀ ମହାଶୟ l ଆଜି ମୋଦୀ ସରକାରରେ ୧୨ ପ୍ରତିଶତ ହାରରେ ଥିବା ଜିଏସଟି ବର୍ଗର ପ୍ରାୟ ୯୯ ପ୍ରତିଶତ ସାମଗ୍ରୀକୁ ୫ ପ୍ରତିଶତ ହାରକୁ ଅଣାଯାଇଛି ଏବଂ ୨୮ ପ୍ରତିଶତ ହାରରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀକୁ ୧୮ ପ୍ରତିଶତ ହାରକୁ କମାଇ ଦିଆଯାଇଛି । ଯାହାକି ଆଉ ଦୁଇଦିନ ପରେ ଅର୍ଥାତ ୨୨ ସେପ୍ଟେମ୍ବର ୨୦୨୫ ରେ ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି। ନୂତନ ପିଢ଼ିର ଏହି ଜିଏସଟି ସୁଧାର ଦ୍ୱାରା ଗରିବ, କୃଷକ, ମଧ୍ୟବିତ୍ତ ପରିବାରକୁ ଆଶ୍ବସ୍ତି ମିଳିପାରିବ।
ଏହା ସାଧାରଣ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବ । ଘରୋଇ ବଜାରର ଅଭିବୃଦ୍ଧି ହେବା ସହ ସ୍ୱଦେଶୀ ଦ୍ରବ୍ୟର ଚାହିଦା ମଧ୍ୟ ବଢ଼ିବ। ଏହି ଜିଏସଟି ସୁଧାର ଦ୍ୱାରା ଭାରତର ଅର୍ଥନୀତି ଆହୁରି ପ୍ରଗତିଶୀଳ ହେବ । ନିବେଶକମାନଙ୍କର ଭରସା ମଜବୁତ ହେବ ଏବଂ ବିକଶିତ ଭାରତ ୨୦୪୭ ର ସ୍ବପ୍ନ ତ୍ୱରିତ ବେଗରେ ଅଗ୍ରସର ହେବ ।
