April 28, 2026

ମହିଳା ଉଦ୍ୟୋଗୀ ଙ୍କ ପାଇଁ , ଓ ସି ଏଫ୍ ର ଜାତୀୟ ପୁରସ୍କାର ପ୍ରଦାନ

IMG-20250920-WA0108
Share

ତିର୍ତ୍ତୋଲ ତା ୨୦/୯/୨୦୨୫ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ( 0CF ) ତରଫରୁ ଶିଳ୍ପୋଦ୍ୟୋଗୀ ମହିଳା ମାନଙ୍କ ଉଲ୍ଲେଖନୀୟ ଅବଦାନ କୁ ଦୃଷ୍ଟିରେ ରଖି,ସେମାନଙ୍କ ନିଜ ନିଜର ସଫଳତା , ନବସୃଜନ, ନେତୃତ୍ଵ ଓ ବିକଶିତ ଭାରତ ଗଠନ କ୍ଷେତ୍ରରେ ତାଙ୍କର ଉଦ୍ୟମ କୁ ପ୍ରୋତ୍ସାହିତ କରିବା ସହିତ ମହିଳା ସଶକ୍ତି କରଣ ନିମନ୍ତେ, ଗତ ୧୩ ତାରିଖ ଦିନ ଅପରାହ୍ନରେ , ଭୁବନେଶ୍ୱର ସ୍ଥିତ ନିୟୁ ମାରିଅନ ହୋଟେଲ ରେ ଏକ ଜାତୀୟ ପୁରସ୍କାର ପ୍ରଦାନ ଉତ୍ସବ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଡଃ ସୁଜିତ୍ କୁମାର , ସାଂସଦ ଡଃ ରବିନ୍ଦ୍ର ନାରାୟଣ ବେହେରା , ସି ଏମ୍ ସି , କଟକ ର କମିଶନର କିରଣ ଦୀପ କୌର ସହୋତା , ସେଞ୍ଚୁରିଆନ୍ ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ର ଭାଇସଚାନ୍ସେଲର ସୁପ୍ରଭା ପଟ୍ଟନାୟକ , ଭୁବନେଶ୍ୱର ଜିଲ୍ଲା ଶିଳ୍ପକେନ୍ଦ୍ରର ମହାପ୍ରବନ୍ଧକ ସମୁଚିତ l ମଲ୍ଲିକ , ପ୍ରତିଷ୍ଠାତା ଓ ମୁଖ୍ୟ ସ୍ୱାଭିମାନ ଶ୍ରୁତି ମହାପାତ୍ର ଓ କଟକ ଶିଳ୍ପ ନିର୍ଦ୍ଦେଶାଳୟ ର ଆଇ ଏ ଏସ ଅବୋଲି ସୁନୀଲ ନରଭାନେ ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ, ଯୋଗ୍ୟ ବିବେଚିତ ମହିଳା ଶିଳ୍ପୋଦ୍ୟୋଗୀ ମାନଙ୍କ ଉତ୍ସର୍ଗୀକୃତ ପ୍ରଚେଷ୍ଟା, ଦୃଢ଼ତା ଓ ଶିଳ୍ପୋଦ୍ୟୋଗୀ ମନୋଭାବ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଓ ଉତ୍ସାହ ସୃଷ୍ଟି କରିବା ସହିତ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଓଡିଶା ର କୁଜଙ୍ଗ ଅଞ୍ଚଳର ଅଧିବାସୀ ଓ ମୁମ୍ବାଇ ର ମହିଳା ଶିଳ୍ପୋଦ୍ୟୋଗୀ ମିନାକ୍ଷୀ ମିଶ୍ର ଙ୍କୁ ମଧ୍ୟ ଚୟନକରାଯାଇ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଵାରୁ,ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମହିଳା ସେବା ସଙ୍ଗଠନ ତରଫରୁ ଶ୍ରୀମତୀ ମିଶ୍ର ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed