ସାରସ୍ୱତ ସାଧକ ପଠାଣି ପଟ୍ଟନାୟକ ଙ୍କ ୯୭ ତମ ଜୟନ୍ତୀ ପାଳନ
ତିର୍ତ୍ତୋଲ ତା ୧୯/୯/୨୦୨୫ ଓଡିଆ ଭାଷା ସାହିତ୍ୟ ର ଗବେଷକ , କଟକ ଖ୍ରୀଷ୍ଟ କଲେଜର ପ୍ରାକ୍ତନ ଅଧ୍ୟକ୍ଷ , ଉତ୍କଳ ସାହିତ୍ୟ ସମାଜର ସଭାପତି , ତଥା ବିଶିଷ୍ଟ ସାରସ୍ଵତ ସାଧକ ସ୍ୱର୍ଗତ ପଠାଣି ପଟ୍ଟନାୟକ ଙ୍କ ୯୭ ତମ ଜୟନ୍ତୀ, ତିର୍ତ୍ତୋଲ ବ୍ଲକ, ମୁଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗତ ଶୁକ୍ରବାର ଦିନ ପୂର୍ବାହ୍ନ ରେ ,ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ , ବିଶିଷ୍ଟ ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ , ଅଧ୍ୟକ୍ଷତା କରି କହିଲେଯେ, ସ୍ୱର୍ଗତ ପଠାଣି ପଟ୍ଟନାୟକ ଙ୍କ ଦ୍ଵାରା ରଚିତ , ପ୍ରବନ୍ଧ, ସମାଲୋଚନା ପୁସ୍ତକ, ଅନୁବାଦ ଓ କ୍ଷୁଦ୍ର ଗଳ୍ପ ଆଦି ରଚନା ଓଡ଼ିଆ ସାହିତ୍ୟର ଏକ ପରିଚୟ ସୃଷ୍ଟି କରିଥିଲା। ଏଥିରେ ମୂଖ୍ୟ ଆଲୋଚକ ଭାବେ ଅନୁଷ୍ଠାନର ନିର୍ଦେଶକ ବିକ୍ରମ କୁମାର ଜେନା, ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷୟତ୍ରୀ ସୁଦେସ୍ନା ଦାସ , ମୋନାଲିସା ଭଟ୍ଟ, ପ୍ରିୟଙ୍କା ମଣ୍ଡଳ ଓ ମିନତୀ ଦାସ ପ୍ରମୁଖ ଯୋଗଦେଇ, ସ୍ବର୍ଗତ ପଟ୍ଟନାୟକ ଙ୍କ ଯୁଗାନ୍ତକାରୀ ସାରସ୍ଵତ ସାଧନା ପାଇଁ, ଏକ ସ୍ବତନ୍ତ୍ର ସମ୍ମାନର ଅଧିକାରୀ ହୋଇ ପାରିଥିଲେ ବୋଲି ନିଜ ନିଜର ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ, ଜୀବନୀ ପୁସ୍ତକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
