April 29, 2026

ରାମଚଣ୍ଡୀ ପୀଠରେ ବିଶାଳ ସ୍ୱଚ୍ଛ ଭାରତ ଓ ସଚେତନତା କାର୍ଯ୍ୟକ୍ରମ

IMG-20250919-WA0052
Share

 

 

ଛତ୍ରପୁର ତା ୧୯/୯/୨୫(ଅରୁଣ କୁମାର ପଣ୍ଡା )କରପଡା ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରୀପୁର ଗ୍ରାମରେ ଶୁକ୍ରବାର ଦିନ ସକାଳୁ ବିଶାଳ ସ୍ୱଚ୍ଛତା ଅଭିଯାନ l ମା’ ରାମଚଣ୍ଡୀ ପାହାଡ଼ ନିକଟସ୍ଥ ନୀଳାଦ୍ରିପୁର ଗ୍ରାମ ପରିସରରେ ଏକ ବିଶାଳ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଗଲା। ଏହି କାର୍ଯ୍ୟକ୍ରମରେ ମନ୍ଦିର ପୂଜା କମିଟି, ପରିଚାଳନା କମିଟି ଓ ଛତ୍ରପୁର OSAP ଅଷ୍ଟମ ବଟାଲିୟନ ର ଅଧିକାରୀ ଓ କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ ନୀଳାଦ୍ରିପୁର ଗ୍ରାମ ଛକ ଓ ରାମଚଣ୍ଡୀ ମନ୍ଦିରର ମୁଖ୍ୟ ରାସ୍ତା ଉପରେ ଗାଈଗୋରୁ ମାନଙ୍କ ଯୋଗୁଁ ହେଉଥିବା ପରିମଳ ଅବବ୍ୟସ୍ଥା ଏବଂ ପର୍ଯ୍ୟଟକ ମାନଙ୍କ ଯାତାୟାତ ଅସୁବିଧାକୁ ଦୃଷ୍ଟିରେ ରଖି ନୀଳାଦ୍ରିପୁର ଗ୍ରାମ ର ଗ୍ରାମ୍ୟ କମିଟିଙ୍କ ଉପସ୍ଥିତିରେ ଗାଈ ରଖିଥିବା ଗୌଡ଼ ମାନଙ୍କୁ ସଚେତନ କରାଇବା ସହ ଆଗକୁ ଗାଈଗୋରୁ ଖୋଲା ନଛାଡିବା ପାଇଁ ବାର୍ତ୍ତା ଦିଆଗଲା। ଏହି କାର୍ଯ୍ୟକ୍ରମ ରେ ପୂଜା କମିଟି ସଭାପତି CH ଦୟାନନ୍ଦ ରେଡ୍ଡୀ ଙ୍କ ସଭାପତିତ୍ୱରେ ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ଉପସଭାପତି ଦିବାକର ନାୟକ ଙ୍କ ନେତୃତ୍ବରେ, ଶଙ୍କର ନାୟକ,ରାଜନ ବେହେରା,କୁଞ୍ଜ ନାୟକ,ରାମକୃଷ୍ଣ ରାଉଳ,ରୁଦ୍ର ମିଶ୍ର,ବିମ୍ବାଧର ଚର୍ତ୍ତୀ, ସୁଧୀର ମହାରଣା,ବଂଶୀଧର ନାୟକ,ବରୁଣ ଚୌଧୁରୀ ଙ୍କ ସହିତ ନୀଳାଦ୍ରୀପୁର ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ l