April 29, 2026

ନାରୀ ସୁରକ୍ଷା ଦାବିରେ ବିଜେଡିର ମହିଳା ସଙ୍ଗଠନ ପକ୍ଷରୁ ଜିଲ୍ଲା ଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ

IMG-20250918-WA0036
Share

ପାରଳାଖେମୁଣ୍ଡି:୧୮/୯(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାବିଜେଡି ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠାରେ ଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାରେ ମହିଳାଙ୍କ ନିର୍ଯାତନା ବଢ଼ିବା ସହିତ କିଶୋରୀଙ୍କ ପ୍ରତି ଶୋଷଣ ବଢ଼ୁଥିବାକୁ ନେଇ ଜିଲ୍ଲା ବିଜେଡି ତରଫରୁ ପ୍ରତିବାଦ କରାଯାଇଥିବା ବେଳେ ନାରୀ ନିର୍ଯାତନାକୁ ରୋକିବା ଓ କଠୋର କାର୍ଯ୍ୟାନୁଷ୍ଠାନ ଦ୍ବାରା ଅପରାଧୀଙ୍କୁ ଦଣ୍ଡିତ କରିବାକୁ ନେଇ ସ୍ମାରକପତ୍ର ଜିଲ୍ଲା ଆରକ୍ଷ ଅଧୀକ୍ଷକ ଜତୀନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି।
ପାରଳାଖେମୁଣ୍ଡି ପୌରରିଷଦର ପୌରଧ୍ଯକ୍ଷା ନିର୍ମଳା ସେଠୀ ଙ୍କ ନେତୃତ୍ବରେ ଏହି ବିକ୍ଷୋଭ ହୋଇଥିବା ବେଳେ ବିଜେଡି କାଉନସିଲର ଧରିତ୍ରୀ ଶବର, ନାରୀନେତ୍ରୀ ସଂଯୁକ୍ତା ବେହେରା, ବାଲା ସାୟାସ୍କା, ମାନସୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ.

You may have missed