ତୁଳସୀପାଳ ଗ୍ରାମପଞ୍ଚାୟତ ରେ ମା ପାଇଁ ଗଛଟିଏ କାଯ୍ୟକ୍ରମ
ଅକ୍ଷର ଓଡିଶା – ତା ୧୭-୯-୨୦୨୫ ।(ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ ଅକ୍ଷର ଅକ୍ଷର)
ଆଜି ହେଉଛି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ୭୫ ତମ ଜନ୍ମ ଦିବସ ।ଏହି ଜନ୍ମ ଦିବସରେ ମା ପାଇଁ ଗଛଟିଏ କାଯ୍ୟକ୍ରମ ସାରା ଭାରତ ବର୍ଷ ରେ ପାଳିତ ହେଉଛି।ରାଜ୍ୟ ସରକାର ପ୍ରତେକ ବ୍ଲକ ପ୍ରତେକ ଗ୍ରାମ ସବୁଠି ସମସ୍ତ ଜନସାଧାରଣ ଏହି ମା ପାଇଁ ଗଛଟିଏ କାଯ୍ୟକ୍ରମ ରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ ।ଏହି ପରିପ୍ରେକ୍ଷିରେ ଆଜି ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତର ମା ପାଇଁ ଗଛଟିଏ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାଯ୍ୟକ୍ରମରେ
୨୮ନଂ ଜୋନ୍ ସଭାପତି ମୀରା ଗଡ଼ନାୟକ, ସମିତି ସଭ୍ୟ କର୍ଣ୍ଣ ଗୋଛୟତ,ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଲୋକନାଥ ସାହୁ, ଦୁର୍ଯୋଧନ ପରିଡ଼ା, ବିଜେପି ସଭାପତି ବସନ୍ତ କୁମାର ବିଶ୍ଵାଳ, ପ୍ରଦୀପ ସାମଲ,ଛବିନ୍ଦ୍ର ସେଠୀ, ପ୍ରଦ୍ୟୁମ୍ନ ସାହୁ ଦିପୁ, ଶିବରାମ ଦେହୁରୀ, ମନୋଜ ସାହୁ,ନିର୍ମଳ ସାହୁ,ନବ ସାହୁ ଓ ବଅଁରପାଳ ବ୍ଲକ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ CRP ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ହୋଇ ଗୋଟିଏ ଗୋଟିଏ ଗଛ ପୁଖରି ପରିସରରେ ଲଗାଇଥିଲେ।
