March 11, 2026

କୁଜଙ୍ଗ ପୋଲିସ କୁ ମିଳିଲା ବଡ ସଫଳତା….। ବ୍ରାଉନ ସୁଗାର ସହିତ ମୋଟର ସାଇକେଲ ଜବତ l

IMG-20250917-WA0001
Share

 

 

କୁଜଙ୍ଗ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ର ଏହା ଏମିତି ଏକ ପୋଲିସ ଷ୍ଟେସନ ଯୋଉଠି ଅନେକ ବାର କୌଣସି ନା କୌଣସି ଅପରାଧୀକୁ ଧରିବାରେ ସଫଳତା ହାସଲ କରି ଚାଲିଛନ୍ତି l ଏସବୁ ସଫଳତା ପଛରେ ଟିମ୍ ୱାର୍କ ହିଁ ସଜାଗ ରହି କାର୍ଯ୍ୟ କରି ଆସୁ ଥିବାର ଜଣାଯାଏ l ହଁ ଦର୍ଶକ ବନ୍ଧୁ ଆମେ କହୁଛୁ କୁଜଙ୍ଗ ପୋଲିସ କୁ ମିଳିଥିବା ସଫଳତା ବିଷୟରେ l ସଦ୍ୟ ଖବର ଅନୁସାରେ ଦୁଇଜଣ ବ୍ରାଉନ ସୁଗାର ବେପାରୀ ଙ୍କୁ ଧରି ନେଇଛନ୍ତି କୁଜଙ୍ଗ ପୋଲିସ l ତାଙ୍କ ଠାରୁ ୧୪. ୪୬ ଗ୍ରାମ ର ବ୍ରାଉନ ସୁଗାର ସହିତ ୮୦୧୦ ଟଙ୍କା ନଗଦ କ୍ୟାସ, ତିନୋଟି ମୋବାଇଲ ଫୋନ ଏବଂ OD21E6662 ପଲସର ମୋଟର ସାଇକେଲ ଜବତ କରାଯାଇଛି l ବ୍ୟକ୍ତି ଦୁଇ ଜଣକ ମଧ୍ୟରୁ ଜଣେ ବଗୋଇ ଗ୍ରାମର ନବଘନ ଶୁକ୍ଲା ଓରଫ ନବ ଓରଫ ଖଣ୍ଟୁ ହୋଇଥିବା ବେଳେ ଅନ୍ୟ ଜଣେ ଷଣ୍ଢପୁର ଗ୍ରାମର ମାନସ ସ୍ୱାଇଁ ଓରଫ ମାମୁଁ l ଅଧିକ ଖବର ଜାଣିବାକୁ ପୋଲିସ ପଚରାଉଚରା କରୁଛନ୍ତି l ଆଜିରେ ତାଙ୍କୁ କୋର୍ଟ ଫରୱାର୍ଡ କରାଯିବାର ଖବର ଥାନା ତରଫରୁ ଜଣା ପଡିଛି l