June 14, 2026

ଘୁମୁସର ଜିଲ୍ଲା ଦାବିରେ ବୈଠକ 

IMG-20250916-WA0064
Share

ବୁଗୁଡ଼ା :୧୬/୦୯/ : ଘୁମୁସର ଜିଲ୍ଲା ଦାବିରେ ସୋମବାର ଦିନ ଏକ ବୈଠକ ସ୍ଥାନୀୟ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି l ସ୍ଵାକ୍ତ ଅଧକ୍ଷ ଚିତ୍ତ ରଞ୍ଜନ ଦାସଙ୍କ ଆହ୍ୱାନ କ୍ରମେ ମହନ୍ତ ଭକ୍ତରାମ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ ,ରଘୁନାଥ ସାହୁ, ବୁଗୁଡ଼ା ଓକିଲ ସଂଘ ସଭାପତି ଅମର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଘୁମୁସର ଜିଲ୍ଲା ଗଠନ ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ହେଁ ପୂର୍ବ ସରକାର ଏହାକୁ ଗୁରୁତ୍ୱ ଦେଇ ନଥିବା ବେଳେ ବର୍ତ୍ତମାନ ବିଜେପି ସରକାର ଏହାକୁ ଗୁରୁତ୍ତ୍ବ ଦେଇ ଯଥାଶୀଘ୍ର ନୂତନ ଜିଲ୍ଲା ଭାବେ ଘୋଷଣା କରିବାକୁ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା l ଏହି ବୈଠକରେ ଗୋବିନ୍ଦ ଚନ୍ଦ୍ର ଲେଙ୍କା, ରବୀନ୍ଦ୍ର ନାଥ ଆଚାର୍ଯ୍ୟ, ରବି ନାରାୟଣ ସାମନ୍ତ, ସତ୍ୟନାରାୟ ଦାଶ, ଓକିଲ ପ୍ରଭାତ ଜେନା, ସୁକାନ୍ତ କୁମାର ଶତପଥୀ, ସତ୍ୟ ନାରାୟଣ ମିଶ୍ର, ସିମାଞ୍ଚଳ ନନ୍ଦଙ୍କ ସମେତ ପ୍ରମୋଦ ନନ୍ଦ,ଉମାକାନ୍ତ ପାତ୍ର, ପ୍ରଫୁଲ୍ଲ ଡାକୁଆ, ବି.ସନ୍ତୋଷ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

You may have missed