March 10, 2026

ସାରଳା ଦାସ ସାଧନା ପୀଠ ଗ୍ରାମକୁ ଐତିହ୍ୟ ଗ୍ରାମ ରୂପେ ତୁରନ୍ତ ଘୋଷଣା କରାଯାଉ

IMG-20250915-WA0064
Share

 

ବରପୁତ୍ର ଭାବେ ଆଦିକବି ସାରଳା ଦାସଙ୍କୁ ମାନ୍ୟତା ପ୍ରଦାନ ଏବଂ ଆଦିକବି ସାରଳା ଦାସଙ୍କ ଗାଁ ମାଟି ପ୍ରାଚୀନ ଝଂକଡର ତେନ୍ତୁଳିପଦା ଗ୍ରାମକୁ ଐତିହ୍ୟ ଗ୍ରାମ ରୂପେ ତୁରନ୍ତ ଘୋଷଣା ଦାବିରେ ଏକ ଜନ ଜାଗରଣ ସୃଷ୍ଟି ହୋଇଥିଲା । ଆଦିକବି ସାରଳା ଦାସ ସାଧନା ପୀଠ ଉନ୍ନୟନ ପରିଷଦ ଆନୁକୁଲ୍ୟରେ ସାରଳା ମହାଭାରତ ରେ ବର୍ଣ୍ଣିତ ବୃଦ୍ଧାମାତଙ୍ଗୀ କୂଳରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସୁବ୍ରତ କୁମାର ଦାଶ , ସଂପାଦକ ଚୌଧୁରୀ ରାଧାମୋହନ ପରିଜାଙ୍କ ତତ୍ତ୍ଵାବଧାନରେ ଏକ ଜନଜାଗରଣ ପଦଯାତ୍ରା ବାହାରି ସାରଳା ଦାସଙ୍କ ଗୃହ ଦେବୀ ବିଲ ଶାରଳା ଠାକୁରାଣୀଙ୍କ ପହଞ୍ଚି ଥିଲା ।ଏହି ଜନଜାଗରଣ ଯାତ୍ରାରେ ସମାଜସେବୀ ଜୟନ୍ତ ପରିଜା , ସଂଗଠନ ସଂପାଦକ ଦେବବ୍ରତ ବାରିକ , ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ପ୍ରିୟା ବେହେରା , ଅକ୍ଷୟ ମହାନ୍ତି , ରବିନ୍ଦ୍ର ସିଂହ , ଆଶିଷ ପରିଜା , ଶ୍ରଦ୍ଧାଞ୍ଜଳି ଦାସ, ସୁରେନ୍ଦ୍ର ସାହୁ, କବିତା ସେଠୀ, ରଘୁନାଥ ପଣ୍ଡା, ଜଗତ୍ସିଂହପୁର ଜିଲାର ଉପାନ୍ତ ଖବର ପ୍ରତିନିଧି ଶରତ କୁମାର ଦାଶ ରମେଶ ବେହେରା, ପ୍ରଭାତ ପରିଜା,ପ୍ରତିମା ଦାସ, ମମତା ବାରିକ ସମେତ ବହୁ ମହିଳା ଓ ବୁଦ୍ଧିଜୀବୀ ମାନେ ଏଥିରେ ଯୋଗଦେଇଥିଲେ । ଅନୁଷ୍ଠାନ ତରଫରୁ ପ୍ରତିନିଧି ସମାଜସେବୀ ସୁବ୍ରତ ଦାସ, ଦେବବ୍ରତ ବାରିକ, ଅକ୍ଷୟ ମହାନ୍ତି ପ୍ରମୁଖ ତିର୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇଙ୍କୁ ଭେଟି ତେନ୍ତୁଳିପଦା କୁ ଐତିହ୍ୟ ଗ୍ରାମ ରୂପେ ଘୋଷଣା କରାଯିବା ସଂପର୍କରେ ଦାବି ପତ୍ର ପ୍ରଦାନ କରିଥିଲେ । ଯଦି ଲୋକପ୍ରିୟ ସରକାର ସହାନୁଭୂତିଶୀଳ ହୋଇ ସାରଳା ଦାସଙ୍କ ଗ୍ରାମକୁ ଅବହେଳିତ ରଖନ୍ତି ତେବେ ଆଗାମୀ ଦିନରେ ଶାରଳା ରୋଡ଼ ଠାରୁ ତେନ୍ତୁଳିପଦା ଗ୍ରାମ ପର୍ଯ୍ୟନ୍ତ କୌଣସି ରାଜନେତା, ଅତିଥି, ଦର୍ଶନାର୍ଥୀ ମାନଙ୍କୁ ପୁରାଇ ଦେବୁନାହିଁ ବୋଲି ଚେତାବନୀ ଦିଆଯାଇଥିଲା ।