ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ପୋଡ଼ାଗଡ ଠାରେ ପାରମ୍ପରିକ ନୂଆଖାଇ ଭେଟଘାଟ୍ ଅନୁଷ୍ଟିତ…………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଏହି ଅବସରରେ ତିନି ମୁଠା ଯଥା ବୋରୀଗାଁ , ପରୀଆ ଓ ହୀରାପୁର ମୁଠାର ରଇତ ,ଶିରା, ପୂଜାରୀ ଗୁଣୀଆ ମାନେ ଯୋଗ ଦେଇଥିଲେ ।ଏହି ଅବସରରେ ବାବା ଭୈରବ ଓ ଚାଉଁରିଆ ମନ୍ଦିରରେ ବିଧିବିଧାନ ପ୍ରକାରେ ପୂଜାପାଠ ଅନୁଷ୍ଟିତ ହୋଇଥିଲା ପରେ ପରମ୍ପରା ପ୍ରକାରେ ମୁଖ୍ୟ ପୂଜକମାନେ ଆସନ ଗ୍ରହଣ କରିଥିଲେ ଆଜିର ସଭାରେ ପୋଡାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ତଥା ଝରିଗାଁ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ସୋନା ମାଝୀ ସଭାପତି ଆସନ ଗ୍ରହଣ କରିଥିଲେ ଅତିଥିମାନଙ୍କ ମଧ୍ୟରୁ ଉମରକୋଟ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁଶୀଳା ମାଝୀ ,ଦେବିସିଂ ମାଝୀ ତୁଳସୀରାମ ଭତରା ,ଟ୍ରଷ୍ଟ ସଭାପତି ଉଦ୍ଧବ ଚରଣ ନାୟକ ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଭତରା ,କୃଷ୍ଣ ପୂଜାରୀ ବିଞ୍ଜଲ ପୂଜାରୀ,ପୂର୍ଣ୍ଣ ପୂଜାରୀ ନାରାୟଣ ପୂଜାରୀ, ରଘୁ ଶିରା ପଦମ୍ ଶିରା,ଦଶରୁ ନାୟକ, ମହେନ୍ଦ୍ର ମାଝୀ କରାଗାଁ ଙ୍କ ସମେତ ଈଶ୍ୱର ମାଝୀ ସୁକମନ୍ ପୂଜାରୀ ବୋରୀଗା ମୁଠା ସମସ୍ତ ଶିରା ପୂଜାରୀ ଫଗନୁ ଶିରା ସରାଗୁଡ଼ା ହରି ଶିରା ହୀରାପୁର ଦେବା ପୂଜାରୀ ପୋଡ଼ାଗଡ ଆମରସିଂ ଗୌନ୍ତିଆ ଯୋଗ ଦେଇଥିଲେ ଉକ୍ତ କାର୍ଯ୍ୟକୁ ଗବେଷକ ତଥା ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ପରିଚାଳନା କରିଥିଲେ ,ସମସ୍ତ ରଇତ ଭଗତ୍ ପିତା ମାତା ଜୁହାର ଭେଟ ହୋଇଥିଲେ ପୂଜକ ମାନଙ୍କୁ ବସ୍ତ୍ର ଦାନ କରା ଯାଇଥିଲା ରାଉତ ଗୁଡାର।ଯୁବକ ସଂଘଙ୍କ ଦ୍ଵାରା ରନ୍ଧନ କାର୍ଯ୍ୟ ପ୍ରସାଦ ସେବନ କାର୍ଯ୍ୟ ପ୍ରସ୍ତୁତି କରିଥିଲିହି ବୈଠକ ରେ ବିଧାୟକ ପ୍ରତିନିଧି ତଥା ଟ୍ରଷ୍ଟ ର ଉପଦେଷ୍ଟା ଶ୍ରୀଯୁକ୍ତ ସୋନା ମାଝୀ ବିଧାୟକ କିମ୍ବା ସାଂସଦ ଙ୍କ ପାଣ୍ଠିରୁ ମନ୍ଦିରକୁ ବିଦ୍ୟୁତ୍ ସଂଯୋଗ ନିମନ୍ତେ ଅନୁଦାନ ଆଣିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ଶେଷରେ ପରସ୍ପର ନୂଆ ଚୁଡ଼ା ଗୁଡ଼ ଖାଇ ଜୁହାର ଭେଟ ହୋଇ ପରସ୍ପର ହସଖୁସିରେ ଦିନ କଟୁ ବୋଲି ଠାକୁରଙ୍କ ଠାରେ ଗୁହାରି କରି ଗୃହକୁ ଫେରିଥିଲେ।
