April 27, 2026

ନଭେମ୍ବର ୫ରୁ କଟକ ବାଲିଯାତ୍ରା

IMG-20250913-WA0041
Share

 

 

କଟକ ( ଦେବାଶିଷ ଦାଶ )

 

ନଭେମ୍ବର ୫ରୁ ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା । ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୮ ଦିନ ଚାଲିବ ବାଲିଯାତ୍ରା। କେବଳ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପର ବାଲିଯାତ୍ରା ପଡ଼ିଆରେ ହେବନି। ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା ରହିବ। ତଳ ପଡ଼ିଆର ୬୦ ଏକର ଜାଗାରେ ଚଳିତ ଥର ବାଲିଯାତ୍ରା ହେବ। ପୂର୍ବରୁ ତଳ ପଡ଼ିଆର ୩୪ ଏକର ଜଗାରେ ବାଲିଯାତ୍ରା ହେଉଥିଲା। ଅନଲାଇନ୍ ମାଧ୍ୟମରେ ପ୍ଲଟ୍ ବୁକିଂ କରାଯିବ।