୨୫ ବାଲି ମାଫିଆଙ୍କ ଉତ୍ପାତ, ଖଣି ଅଧିକାରୀ ଓ ପୋଲିସଙ୍କୁ ଭୁଜାଲି ଦେଖାଇ ଛଡ଼ାଇନେଲେ ଟ୍ରାକ୍ଟର
ନୀଳଗିରି ( ଦେବାଶିଷ ଦାଶ )
ବାଲେଶ୍ବର ଜିଲା ନୀଳଗିରି ତହସିଲ ଅଞ୍ଚଳରେ ସକାଳ ୧୧ ଘଟିକା ସମୟରେ ସୋନ ନଦୀର କାଂଶ ନିକଟ ତିନଦେଶ ଘାଟରୁ ବେଆଇନ ଭାବେ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ବାଲି ଉଠା ଯାଉଥିବା ଖବର ମିଳିବା ପରେ ଘଟଣା ସ୍ଥଳରେ ଦୁଇ ଜଣ ଖଣିଅଧିକାରୀ ତଥା ବାଲେଶ୍ବର ର କନିଷ୍ଟ ଖଣି ଅଧିକରୀ ସମ୍ବିତ୍ କୁମାର ମଣି ଓ ନୀଳଗିରି କନିଷ୍ଟ ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସ ଏକ ସ୍ବତନ୍ତ୍ର ଟିମ କରି ନୀଳଗିରି ପୁଲିସ ସହାୟତାରେ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରୁ ଏକ ବାଲି ବୋଝେଇ ଟ୍ରାକ୍ଟର୍କୁ ଜବତ କରି ସିଜ କରିବା ପରେ ଅଯୋଧ୍ୟା ଫାଣ୍ଡିକୁ ଆଣୁଥିବା ବେଳେ ପ୍ରତାପପୁର ଛକ ନିକଟରେ ୧୫ରୁ ଉର୍ଦ୍ଧ ବାଇକରେ ୨୫ରୁ ଉର୍ଦ୍ଧ ବାଲି ମାଫିଆ ସେଠାରେ ରୁଣ୍ଡ ହେବାସହ ଖଣି ଅଧିକାରୀଙ୍କୁ ଅଟକାଇ କନଷ୍ଟେବଳଙ୍କ ବେକରେ ଭୁଜାଳି ଦେଖାଇ କନିଷ୍ଠ ଖଣି ଅଧିକାରୀ ପୋଲିସ ଟିମ୍ ଠାରୁ ଛଡ଼ାଇନେଲେ ଟ୍ରାକ୍ଟର। ନୀଳଗିରି ଥାନାରେ ନୀଳଗିରି କନିଷ୍ଠ ଖଣି ଅଧିକାରୀ ବାଲି ମାଫିଆଙ୍କ ନାମରେ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ।
