ପପଙ୍ଗା ମାର୍କେଟରେ ରକ୍ତଦାନ ଶିବିର

ସୁରେନ୍ଦ୍ର କଠାରଙ୍କ ରିପୋର୍ଟ
ଭେଡେନ ବ୍ଲକ ପପଙ୍ଗା ମାର୍କେଟ ଠାରେ ମାଁ ମାହେଶ୍ୱରୀ ସେନା ଓ ଶ୍ରୀ ବୁଢ଼ାରଜା ଆଞ୍ଚଳିକ ୟୁଥ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ମାଁ ମାହେଶ୍ୱରୀ ଓ ଶ୍ରୀ ବୁଢାରଜା ମହାପ୍ରଭୁଙ୍କର ଠାରେ ଦ୍ବୀପପ୍ରଜ୍ବଳନ ସହ ପୂଜାର୍ଚ୍ଚନା କରାଯାଇଥିଲା l ଏହି ରକ୍ତଦାନ ଶିବିରକୁ ଡୁମାଲ ପରିଷଦ, ବରଗଡ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗଣେଶ ପ୍ରଧାନ, ସମାଜସେବୀ ଡାକ୍ତର ପ୍ରଫୁଲ୍ଲ କୁମାର ମହାକୁର ଓ ସମାଜ ସେବୀ ଶ୍ରୀଯୁକ୍ତ ଘନଶ୍ୟାମ ପ୍ରଧାନ ଫିତାକାଟି ଶୁଭାରମ୍ଭ କରିଥିଲେ l ଭୀମସାର ବୁର୍ଲା ରକ୍ତଭଣ୍ଡାରର ଡକ୍ଟର, ଟେକନିସିଏନ ଓ କର୍ମଚାରୀଙ୍କ ଦ୍ୱାରା ରକ୍ତ ସଂଗୃହିତ ହୋଇଥିଲା l ପ୍ରଥମ କରି ନୂଆ ୧୦ଜଣ ରକ୍ତଦାନ କରିଥିଲେ l ଏହି ଶିବିରରେ ୬ଜଣ ମହିଳା ଓ ୫୯ଜଣ ପୁରୁଷଙ୍କ ଠାରୁ ମୋଟ ୬୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ମାଁ ମାହେଶ୍ୱରୀ ସେନା ଓ ଶ୍ରୀ ବୁଢାରଜା ଆଞ୍ଚଳିକ ୟୁଥ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଏହି ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଂକୁ ଉତ୍ସାହିତ କରିବା ସହ ସାହାଯ୍ୟ ସହଯୋଗ କରିଥିଲେ l
