November 22, 2024

ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

Share

 

ସାନଖେମୁଣ୍ଡି ୧୯/୦୧/୨୩ :- ବାସ୍ତବ ଜୀବନରେ ନାରୀମାନଙ୍କ ଆତ୍ମ ସୁରକ୍ଷା ସହିତ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ କଲେଜରେ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ଆରମ୍ଭ ହୋଇଛି । ସାନଖେମୁଣ୍ଡି ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସହାୟତାରେ ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି । ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ଶିବିରକୁ କଲେଜ ଅଧକ୍ଷ୍ୟ ଡ଼ଃ ସୁଦଷ୍ଟା ଚୌଧୁରୀ ଉଦଘାଟନ କରି ବର୍ତ୍ତମାନ ପରିସ୍ଥିତିରେ ଏହାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଡ଼ଃ କୈଳାଶ ଚନ୍ଦ୍ର ସ୍ୱାଇଁ ଛାତ୍ରୀ ମାନଙ୍କୁ ଶାରୀରିକ ତଥା ମାନସିକ ଦକ୍ଷତା ବୃଦ୍ଧିରେ କିପରି ଆତ୍ମରକ୍ଷା କୌଶଳ ସହାୟକ ହେବ ଏହି ସମ୍ପର୍କରେ ଉଦବୋଧନ ଦେଇଥିଲେ । ମାଷ୍ଟର ଟ୍ରେନର ମିସ ଓଷା ଓ ମିସ ଚାନ୍ଦିନୀ ତାଲିମ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ୧୮୦ ଜଣ ଛାତ୍ରୀଙ୍କୁ ନେଇ ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସଂଯୋଜିକା ପ୍ରଶିକ୍ଷଣ ଅଧିକାରୀ ଡ଼ଃ ସାଲିନା ବେହେରା ଛାତ୍ରୀମାନଙ୍କୁ ଏହି ତାଲିମ ଶିକ୍ଷାର ଗୁରୁତ୍ବ ଉପରେ ବୁଝାଇଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ସଫଳ କରିଥିଲେ । ସଭାର ମୁଖ୍ୟ ଅତିଥି ଭାବେ ଖଲିକୋଟ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ଅମୃତ କୁମାର ସେଠୀ ଯୋଗଦେଇ ଛାତ୍ରୀମାନେ କିପରି ଆତ୍ମ ସୁରକ୍ଷା ବଜାୟ ରଖିପାରିବେ ଓ ବର୍ତ୍ତମାନ ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିପାରିବେ ସେ ଦିଗରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ବିଜୟ ଚନ୍ଦ୍ର ପ୍ରଧାନ, କୈଳାଶ ଚନ୍ଦ୍ର ସ୍ୱାଇଁ, ଅଶ୍ବିନୀ କୁମାର ରଥ, ସୁରେନ୍ଦ୍ର ଶବର, ସଂଜୀବନୀ ସୁଦ୍ଧା ଜେନା, ହରିପ୍ରିୟ ମିଶ୍ର, ଏସ ବୁଦ୍ଧି ରେଡ୍ଡୀ, ପ୍ରିୟଦର୍ଶିନୀ ଶାସମଲ, ଶିଲୁ ଗୌଡ଼, ଲଷ୍ମୀନାରାୟଣ ପାଣିଗ୍ରାହୀ, ପ୍ରଫୁଲ୍ଲ ମହାରଣା ପ୍ରମୁଖ ଯୋଗଦାନ କରି ଛାତ୍ରୀମାନେ କିପରି ସ୍ବାଭଲମ୍ବୀ ହେବେ ସେ ଦିଗରେ ଦୃଷ୍ଟିପାତ କରିଥିଲେ l ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଛାତ୍ରୀମାନେ ସଂସୃତିକ କାର୍ଯ୍ୟକ୍ରମ ଆୟୋଜନ କରି ନିଜର ପ୍ରତିଭାମାନ ଦେଖାଇଥିଲେ l ଉକ୍ତ ସଭାକୁ ଡ଼ଃ ଶାଲିନା ବେହେରା ତଥା ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରର ସଂଯୋଜିକା ପରିଚାଳନା କରିଥିଲେ l ଉକ୍ତ ସଭାରେ କଲେଜର ସମସ୍ତ କର୍ମୀ ଯୋଗଦାନ କରି ସମାଜରେ ଛାତ୍ରୀ ଓ ନାରୀମାନଙ୍କ ଭୂମିକା ଓ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ମନ୍ତବ୍ୟ ପ୍ରଦାନ କରିଥିଲେ l ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଓଡିଶା

You may have missed