ଆଜିର ଖବର..
୧-୨.୮୫ ଲକ୍ଷ ସୁଭଦ୍ରା ହିତାଧିକାରୀ ବଞ୍ଚିତ, ଏହି ଯୋଜନାରେ ସାମିଲ ପାଇଁ ଦୁଆର ଦୁଆର ବୁଲି ହେବ ସର୍ବେକ୍ଷଣ।
୨-୫ ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟର ମୋହର, ତ୍ବରାନ୍ବିତ ହେବ ପଞ୍ଚାୟତ ବିକାଶ, ନିଯୁକ୍ତି ପରୀକ୍ଷା ପାଇଁ ଦେୟ ବାଧ୍ୟତାମୂଳକ।
୩-ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ, ଚଳିତ ବର୍ଷ ଭିତରକନିକାକୁ ଆସିଛନ୍ତି ୬୭୩ଟି ଅଧିକ ସଂଖ୍ୟକ ପକ୍ଷୀ।
୪-କଟକ:ବିନା ହେଲମେଟରେ ବାଇକ୍ ଚାଳନା, ବର୍ଷକରେ ଯାଇଛି ୧୬୯୬ ଜୀବନ।
୫-ଦେଓଗାଁ: ୟୁରିଆ ସାର ପାଇଁ ରାତି ୩ଟାରୁ ଲମ୍ବା ଲାଇନରେ ଆଧାର କାର୍ଡ ; ସାର ୩ ଶହ ବସ୍ତାକୁ ଚାଷୀ ୮ଶହ।
୬-ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ; ପ୍ରବଳ ବର୍ଷା ନେଇ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।
୭-ଗୁରୁଡିଝାଟିଆ:କୁଷ୍ପଙ୍ଗୀ ନିକଟରେ କ୍ଷୀରର ଅପମିଶ୍ରଣ ; କଟକର କମ୍ପାନୀକୁ ଯାଉଥିବା ବେଳେ ଧରାପଡିଲା।
୮-ଆଜି ବନକଲାଗି ନୀତି, ଅପରାହ୍ନ ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
୯-ପୁରୀ:ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଉଦ୍ୟମ, ସିଂହଦ୍ଵାର ଆଗରେ ଯୁବକଙ୍କୁ ଅଟକାଇଲା ପୋଲିସ୍।
୧୦-ରାଜଧାନୀ କଲେଜରେ ଛାତ୍ର ଅଣଛାତ୍ରଙ୍କ ମଧ୍ୟରେ ବଡ଼ ଧରଣର ଗଣ୍ଡଗୋଳ,ସମସ୍ତ ଆହତ କ୍ୟାପିଟାଲ ହସ୍ପିଟାଲରେ ହେଲେ ଭର୍ତ୍ତି।
୧୧-ଭୁବନେଶ୍ୱର:ଋଣ ଉପରେ ନିର୍ଭର ଅଧା ଭାରତୀୟ; ୫୦% ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଜୀବନଶୈଳୀକୁ ଉନ୍ନତ କରିବା ଲାଗି ନେଉଛନ୍ତି ବ୍ୟକ୍ତିଗତ ଋଣ।
୧୨-ପୁରୀରେ କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତି ଆରମ୍ଭ, ହବିଷ୍ୟାଳୀଙ୍କ ପାଇଁ ଚଳିତବର୍ଷ ମଧ୍ୟ ଅନଲାଇନରେ ପଞ୍ଜୀକରଣ କରାଯିବ।
୧୩-ବାଲିକୁଦା: ଅତିଥି ଶିକ୍ଷକ ନିଯୁକ୍ତିକୁ ନେଇ ରାଜନୀତି, ଲମ୍ବା ଛୁଟିରେ ଗଲେ ଶିକ୍ଷାଧିକାରୀ।
୧୪-କଟକ:ଶିଶୁ ସେବିକା ନିଯୁକ୍ତି ମାମଲା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ ଜାରି।
୧୫-ନିମାପଡାରେ କଙ୍ଗାରୁ କୋର୍ଟ: ପ୍ରେମୀ ଯୁଗଳଙ୍କୁ ମାଳ ପିନ୍ଧାଇ ରାସ୍ତାରେ ଚଲାଇ ଚଲାଇ ଥାନାକୁ ନେଲେ।
୧୬-କେନ୍ଦୁଝର:ଭିଜିଲାନ୍ସ ଜାଲରେ ଜୁନିଅର ଆସିଷ୍ଟାଣ୍ଟ ରୂପଚାନ୍ଦ ନାୟକ, ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ କରାଇଦେବାକୁ ନେଉଥିଲେ ୩୦ ହଜାର ଲାଞ୍ଚ।
୧୭-ଗୋପାଳପୁର ବେଳାଭୂମୀରୁ ଉଚ୍ଛେଦ ହେଲା ଜବରଦଖଲ; ଦୀର୍ଘ ବର୍ଷ ହେବ ନିଜ କବଜ୍ଜାରେ ରଖିଥିଲେ ଉଠାଦୋକାନୀ।
୧୮-ଜିତିଲା ଭାରତ – ଏସିଆକପ୍ କ୍ରିକେଟ୍ରେ ସାଢେ଼ ୪ ଓଭରରେ ୟୁଏଇକୁ ପରାସ୍ତ କଲା।
୧୯-ନେପାଳ ବିଦ୍ରୋହ: Gen-Z ଆନ୍ଦୋଳନ ଭିତରେ ଜେଲ୍ ଭାଙ୍ଗି ୧୫୦୦ କଏଦୀ ଫେରାର୍।
୨୦-ନେପାଳ ପରେ ଫ୍ରାନ୍ସରେ ପୋଡ଼ାଜଳା,ମାକ୍ରନଙ୍କ ଇସ୍ତଫା ଦାବିରେ ବ୍ୟାପକ ହିଂସା,୩୦୦ ଗିରଫ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
