April 26, 2026

ମହୁଖଣ୍ଡ ଗ୍ରାମ ର ପ୍ରଧାନମନ୍ତ୍ରୀ ରାସ୍ତା ମରାମତି ପାଇଁ ଦାବୀ

IMG-20250907-WA0059
Share

 

ସୁରେନ୍ଦ୍ର କଠାରଙ୍କ ରିପୋର୍ଟ

ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ମହୁଖଣ୍ଡ ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତାଟି ଅତି ଶୋଚନୀୟ ହୋଇ ପଡ଼ିଛି। ସରକାର ରାସ୍ତାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଓଡ଼ିଶାର ଅନେକ ଗ୍ରାମ ରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ’। କେଉଁଠି ଗ୍ରାମବାସୀ ନିଜ ପଇସାରେ ରାସ୍ତା ତିଆରି କରୁଛନ୍ତି ତ ଆଉ କେଉଁଠି ରାସ୍ତାନ ଥିବାରୁ ଗମନାଗମନର ସୁବିଧା ହୋଇପାରୁନାହିଁ। ଏମିତି ଏକ ଗାଁ ଅତାବିରା ବ୍ଲକର ଅନ୍ତର୍ଗତ ମହୁଖଣ୍ଡ ଗ୍ରାମ, ଗୋଡ଼ଭଗା ଜାତୀୟ ରାଜପଥଠାରୁ ମହୁଖଣ୍ଡ ଗ୍ରାମ ପ୍ରୟନ୍ତ ଅଢ଼େଇ କି.ମି. ରାସ୍ତା ଟି୨୦୧୫ ମସିହାରୁ ତିଆରି ହୋଇଥିଲା ମାତ୍ର ରାସ୍ତାକାମଟି ନିମ୍ନମାନର ହୋଇଥିବା ଦୃଷ୍ଟିରୁ ତାହା ପାଞ୍ଚ ବର୍ଷ ମଧ୍ୟ ନ ଯାଇ ରାସ୍ତା ସାରା ଖାଲ ଢ଼ିପ ହେବା ସହିତ ଅନେକ ସ୍ଥାନରେ ରାସ୍ତାଟି ଫାଟି ଆଁ ହୋଇରହିଛି। ଠିକାଦାର ପାଇଁ ପାଞ୍ଚବର୍ଷର ଗ୍ୟାରେଣ୍ଟି ଥିଲେ ମଧ୍ୟ ତାକୁ ମରାମତି କରିନଥିଲା ସେହିଦିନଠାରୁ ଆଜି ପ୍ରୟନ୍ତ ରାସ୍ତାର ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି।ମହୁଖଣ୍ଡ ର ଏହି ରାସ୍ତାଦେଇ କୁମେଲସିଂହା,ଗୋଡ଼ଭଗା,କଳାମାଟି ପଞ୍ଚାୟତର ଶତାଧିକ ଲୋକ ଯିବାଆସିବା କରିଥାନ୍ତି, ଗୋଡ଼ଭଗା ଠାରେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଗାର୍ଲ ହାଇସ୍କୁଲ, କଲେଜ, ବ୍ୟାଙ୍କ,ସାପ୍ତାହିକ ହାଟସାଙ୍ଗକୁ ବିଭିନ୍ନ କାର୍ଯ୍ୟପାଇଁ ବ୍ଲକ ଅଫିସ ଏବ୍ଂ ସମ୍ବଳପୁର ଓ ବରଗଡ଼ ଯିବାପାଇଁ ପ୍ରତ୍ୟେହ ଏହି ରାସ୍ତା ଉପରେ ସମସ୍ତେ ନିର୍ଭର କରିଥାନ୍ତି। ରାସ୍ତାର ଅବସ୍ଥା ଠିକ ନ ଥିବାରୁ ଅନେକ ସମୟରେ ସ୍କୁଲ ଯାଉଥିବା ଛାତ୍ର-ଛାତ୍ରୀ ମାନେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି।ଏହି ରାସ୍ତାରେ ଏକ ମିଲରହିଥିବାରୁ ବାରମ୍ଵାର ଟ୍ରକ ଗୁଡ଼ିକ ଯିବାଆସିବା କରୁଛି, ଟ୍ରକ ଚାଳକ ମାନେ ନିଜ ହିସାବ ରେ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣାର ଭୟ ମଧ୍ୟ ରହୁଛି। ଏହି ରାସ୍ତାଟି ଗ୍ରାମର ମୂଖ୍ୟ ରାସ୍ତା ହୋଇଥିବାରୁ ତୁରନ୍ତ ତାକୁ ପିଚୁ ଢ଼ଲେଇ କରି ଶିଘ୍ର ମରାମତି କରିବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।