June 12, 2026

ଧନୁପାଲି ଆଞ୍ଚଳିକ ନୂଆଁଖାଇ ଭେଟଘାଟ – ଜିଇଁ ଥିଲେଁ ବରଷେ

IMG-20250907-WA0039
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ପଶ୍ଚିମ ଓଡ଼ିଶାର ମହାନ୍ ଗଣପର୍ବ ନୂଆଁଖାଇ ଭାତୃତ୍ବ ର ପ୍ରତୀକ ଅଟେ। ଏହା ସମସ୍ତଙ୍କୁ ଏକତା ର ସୂତ୍ରରେ ବାନ୍ଧି ରଖିଥାଏ। ପଶ୍ଚିମ ଓଡ଼ିଶାରେ ଏହି ପର୍ବର ମହତ୍ତ୍ୱ ଅସୀମିତ ଅଟେ। ସମସ୍ତ ବାଦ, ବିବାଦ, ରାଜନୈତିକ ମତଭେଦ ରୁ ଉର୍ଦ୍ଧ୍ବରେ ରହି ମାଁ ଓ ମାଟି ପ୍ରତି ସମର୍ପିତ ହେବାକୁ ଇତି ମଧ୍ୟରେ ସ୍ଥାନୀୟ ଧନୁପାଲି ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଧନୁପାଲି ଆଞ୍ଚଳିକ ନୂଆଁଖାଇ ଭେଟଘାଟ ତିହାର – ୨୦୨୫, ଜିଇଁ ଥିଲେଁ ବରଷେ” ଅନୁଷ୍ଠିତ ହୋଇଯାଇଛି।

 

ଟ୍ରଷ୍ଟ ର ମୁଖ୍ୟ ସଂଯୋଜକ ଦେବାଶିଷ ପୁରୋହିତଙ୍କ ପ୍ରାରମ୍ଭିକ ଭାଷଣ ପରେ ଟ୍ରଷ୍ଟ ସଭାପତି ଶ୍ରୀ ସୌରଭ ରଞ୍ଜନ ମହାପାତ୍ରଙ୍କ ପରିଚାଳନା କରିଥିଲେ। ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାର ରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ମନ୍ତ୍ରୀ ରବିନାରାୟଣ ନାଏକ, ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ବିଧାନ ସଭାରେ ମାନ୍ୟବର ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ପୂର୍ବତନ ପ୍ରାନ୍ତ ମୁଖ୍ୟ ତଥା ଟ୍ରଷ୍ଟ” ର ମୁଖ୍ୟ ଉପଦେଷ୍ଟା ବିପିନ ବିହାରୀ ନନ୍ଦ, ପୂର୍ବତନ ନଗରପାଳ ତଥା ଟ୍ରଷ୍ଟ ର ଉପଦେଷ୍ଟା ଗିରିଶ ପଟେଲ, ସମ୍ବଲପୁର ବାର ସଭାପତି ପ୍ରଦୀପ କୁମାର ବହିଦାର ଓ ସମ୍ବଲପୁର ବିଚାର ମଞ୍ଚ ର ଆବାହକ ତଥା ଟ୍ରଷ୍ଟ ର ଉପଦେଷ୍ଟା ବେଣୁଧର ଦାସ ମଞ୍ଚାସିନ ଥିଲେ।

 

ଦିନ ତମାମ ଅନୁଷ୍ଠିତ ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ପଡ଼ୋଶୀ ରାଜ୍ୟ ଛତିଶଗଡ ର ରାୟଗଡ଼ ରୁ ବହୁ କଳା ଅନୁଷ୍ଠାନ ଓ କଳାକାର ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।

 

ଉକ୍ତ କାର୍ଯ୍ୟକ୍ରମ ରେ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ପଣ୍ଡା ଙ୍କୁ ସମ୍ବଲପୁରୀ ନୃତ୍ୟ ଏବଂ ସୁଶ୍ରୀ ପଦ୍ମଶ୍ରୀ ଖଟେଇଙ୍କୁ ଯୁବ ପ୍ରତିଭା ଭାବେ “କୁମକୁମ୍ ମିଶ୍ର ସ୍ମୃତି ସମ୍ମାନ” ରେ ସମ୍ମାନିତ କରାଯାଇଥିବା ବେଳେ ସାଂସ୍କୃତିକ ଅନୁଷ୍ଠାନ ଯୁବ ଉଦୟନ କୁ “ଗିରିଜା ଦେବୀ ସ୍ମୃତି ସମ୍ମାନ” ଓ ସମ୍ବଲପୁରୀ ଫେଶନ ଡିଜାଇନର ଭାବେ ଯୁବ ପ୍ରତିଭା ଭାବେ ସୁଶ୍ରୀ ପ୍ରଜ୍ଞାମୟୀ ନାଏକ ଙ୍କୁ “ମହନ୍ତ କୌଶଳ କିଶୋର ଦାସ ସ୍ମୃତି ସମ୍ମାନ” ରେ ସମ୍ମାନିତ କରାଯାଇଥିଲା।

 

ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଗିରିଶ ପଟେଲ ଯୋଗ ଦେଇ ଆନୁଷ୍ଠାନିକ ଭାବେ ମାଁ ସମଲେଶ୍ଵରୀଙ୍କ ବିଧି ପୂର୍ବକ ପୂଜା ଅର୍ଚ୍ଚନା ଓ ଦ୍ଵିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ସଭା ରେ ଅତିଥି ଭାବେ ଶିବ କୁମାର ଅଗ୍ରୱାଲ, କମିଟି ର ଉପଦେଷ୍ଟା ପଣ୍ଡିତ ମନମୋହନ ପାଣିଗ୍ରାହୀ, ରାଜେନ୍ଦ୍ର ପଣ୍ଡା, ହରିଶ ସାମଲ, ଅଶୋକ ସାମଲ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ଥପା, ଉପସଭାପତି ଶ୍ରୀ ସୁବ୍ରତ ବାଗ, ବଳରାମ ମହାପାତ୍ର ଓ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା, ସହ ସମ୍ପାଦିକା ଶ୍ରୀମତୀ ସୁଜାତା ଗୁରୁ, ଅନମୋଲ ଦାସ, କୋଷାଧ୍ୟକ୍ଷ ଶ୍ରୀ ସୁରଜ୍ ଗୁରୁ, ଅଭର୍ଥନା କମିଟି ର ଶ୍ରୀ ସଞ୍ଜୀବ ପାଢ଼ୀ, ପ୍ରଥମ୍ ପଣ୍ଡା, ସୁରେନ୍ଦ୍ର ଖଟେଇ, ଚୈତନ୍ୟ ନାୟକ, ଶ୍ରୀମତୀ ସବିତା ପାଣିଗ୍ରାହୀ, ଶ୍ରୀମତୀ ସୁନନ୍ଦା ପୁଝାରୀ, ସୁନ୍ଦରୀ ସିଂଦେଓ, ଉମାଶିସ ବାଗ ଓ ବିନୟ ବରାଇ ପ୍ରମୁଖ ଉପସ୍ଥିତ ଥିଲେ।

 

ଏହି ଅବସରରେ ସମ୍ବଲପୁରୀ ନାଚ ବାଦୀ, ସମ୍ବଲପୁରୀ ପିନ୍ଧା ଉଢା ବାଦୀ ଓ ପିଠାପଣା ବାଦୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

You may have missed