June 23, 2026

ଓଡ଼ିଶା ତୀରନ୍ଦାଜ ସଂଘର ବାର୍ଷିକ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ, କିଶୋର ଦେହୁରୀ ହେଲେ ଯୁଗ୍ମ ସମ୍ପାଦକ

IMG-20250907-WA0036
Share

 

ସମ୍ବଲପୁର,୦୭. ୦୯(): ଓଡ଼ିଶା ତୀରନ୍ଦାଜ ସଂଘର ବାର୍ଷିକ ଅଧିବେଶନ ବାରବାଟି ଷ୍ଟାଡିୟମ୍ ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଅଛି। ସଂଘର ଉପ ସଭାପତି ତଥା ବରିଷ୍ଠ ସଦସ୍ୟ ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଅଧିବେଶନରେ ୨୦୨୫-୨୯ ଚାରି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମାନଙ୍କର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ପୁନର୍ବାର ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ୪ ଜଣ ଉପସଭାପତି, ଓ ୪ ଜଣ ଯୁଗ୍ମ ସମ୍ପାଦକ ଙ୍କ ସହ ସୁରଜିତ ସିଂ କୋଷାଧ୍ୟକ୍ଷ ଭାବରେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲା ଆଚେରୀ ସଙ୍ଘର ସଭାପତି କିଶୋର ଦେହୁରୀ (ନିତୁ)ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାରୁ ସମ୍ବଲପୁର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ବରିଷ୍ଠ ଆଇଜୀବୀ ଚିତ୍ତରଞ୍ଜନ ଜେଠି ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିଥିଲେ।