June 12, 2026
IMG-20250906-WA0025
Share

 

ଓଡ଼ିଶା ର ଅନନ୍ୟ ଅନୁଷ୍ଠାନ ‘ନିର୍ଭୟ’ ପକ୍ଷରୁ ଗୁରୁଦିବସ ଉପଲକ୍ଷେ “ଗୁରବେ ନମଃ” କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ ରେ ଅନୁଷ୍ଠିତ ହୋଇଛି। ପ୍ରାକ୍ତନ ବିଧାୟକ ତଥା ଅନୁଷ୍ଠାନର ଆବାହକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୁରୀ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ପୁରୀସଦର ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର କର ,ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଦସ୍ୟ ବଦ୍ରି ମିଶ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ମଧୁସୂଦନ ସିଂହାରୀ ଓ କୃଷ୍ଣଚନ୍ଦ୍ର ସାମନ୍ତରା, ଶିକ୍ଷାବିତ୍ ବିଶ୍ଵଜିତ ଘୋଷ୍, ସମାଜସେବୀ ଦେବେନ୍ଦ୍ର ନାଥ ‌ତରାଇ ଓ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଶିକ୍ଷା ବିକାଶ, ପାରିବାରିକ ଶୃଙ୍ଖଳା ଓ ସାମାଜିକ ମୂଲ୍ୟବୋଧ ପାଇଁ ଗୁରୁମାନେ ସର୍ବଦା ସ୍ମରଣ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସାଂସ୍କୃତିକ ସଂଗଠକ ଶ୍ୟାମ ପ୍ରକାଶ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା, ସାହିତ୍ୟ, ଚିତ୍ରକଳା, ସଂଗୀତ, ନୃତ୍ୟ,କ୍ରୀଡା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜକିଶୋର ମହାନ୍ତିଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସରୋଜ କୁମାର ମହାପାତ୍ର, ଲକ୍ଷ୍ମୀନାରାୟଣ ଦାସ, ଇଷ୍ଟଦତ୍ତ ମହାପାତ୍ର,ଅନୀତା ପଟ୍ଟନାୟକ, ରାଜକିଶୋର ସାହୁ ଓ. ରଜନୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ‘ରେଣୁକା ସଙ୍ଗୀତ କଳାକେନ୍ଦ୍ର’ ପକ୍ଷରୁ ସମବେତ ସ୍ଵାଗତ ସଙ୍ଗୀତ ଏବଂ ‘ନବପ୍ରତିଭା’ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା I

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed