ବୁଗୁଡ଼ାରେ ଗୁରୁ ଦିବସ ପାଳିତ

ବୁଗୁଡ଼ା : ତା ୦୫/୦୯/୨୫ : ବୁଗୁଡା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବୁଦ୍ଧଖୋଲ ପାଦଦେଶସ୍ଥ କଲ୍ଯାଣୀ ମଣ୍ଡପ ପରିସରରେ ଶିକ୍ଷକ ପ୍ରତାପ କୁମାର ଖାଡ଼ଙ୍ଗାଙ୍କ ପୌରହିତ୍ଯରେ ଗୁରୁ ଦିବସ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଶ୍ବ ମୋହନ ମିଶ୍ର , ସମ୍ମାନିତ ଅତିଥି ଭାବେ ପ୍ରଭାକର ପଣ୍ଡା, କେ.ନୀଳମାଧବ ଆଚାରୀ, ମଦନ ଗୋପାଳ ଦୋରା, କେଦାର ନାଥ ମହାରଣା, କୃଷ୍ଣଚନ୍ଦ୍ର ମହାପାତ୍ର, ମଞ୍ଜୁଳା କୁମାରୀ ପଣ୍ଡା ଯୋଗ ଦେଇଥିଲେ ।
ଏ ଅବସରରେ ୧୬ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରିଶେଷରେ ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପ୍ରଧାନାଚାର୍ଯ୍ଯ ଆଟଲ୍ ଲିଙ୍ଗରାଜଙ୍କ ପୌରହିତ୍ଯରେ ଗୁରୁ ଦିବସ ପାଳନ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ କର ଏବଂ ମନୋରଞ୍ଜନ ଦାଶ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟପକ୍ଷରେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ, ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ,ନିୟୁ ଏରା ପବ୍ଲିକ ସ୍କୁଲ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମେତ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଶିକ୍ଷଣ କେନ୍ଦ୍ରରେ ମଧ୍ୟ ପବିତ୍ର ଗୁରୁ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି।
