March 12, 2026

ପିପୁଲ୍ସ କଲେଜ ଏନ୍ଏସ୍ଏସ୍ ମହିଳା ୟୁନିଟ୍-୨ର ସ୍ବତନ୍ତ୍ର ଶିବିର ଉଦଘାଟିତ 

IMG-20250904-WA0053
Share

ବୁଗୁଡା : ତା ୦୪/୦୯/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ଏନ୍ଏସ୍ଏସ୍ ମହିଳା ୟୁନିଟ୍-୨ର ସପ୍ତଦିବସୀୟ ସ୍ବତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଉଦଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ଏନ୍ଏସ୍ଏସ୍ ୟୁନିଟ୍-୧ର ପ୍ରୋଗ୍ରାମ ଅଫିସର ରବିନ୍ଦ୍ର ନାଥ ପୋଲାଇ ଯୋଗ ଦେଇ ଶିବିରାର୍ଥୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉତ୍ସର୍ଗୀକୃତ ସେବା କାର୍ଯ୍ୟ କରିବା ନିମନ୍ତେ ଉତ୍ସାହିତ କରିଥିଲେ । ଉଦଘାଟନୀ ଦିବସରେ ୟୁନିଟର ପ୍ରୋଗ୍ରାମ ଅଫିସର ଅଧ୍ଯାପିକା ସସ୍ମିତା ସାମନ୍ତରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଶିବିରର ମୋଟ ୫୦ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ତେବେ ୪ରୁ ଆରମ୍ଭ ହୋଇ ୧୦ ତାରିଖରେ ଶେଷ ହେବାକୁ ଥିବା ଉକ୍ତ ସ୍ବତନ୍ତ୍ର ଶିବିର ଅବସରରେ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ବୃକ୍ଷ ରୋପଣ, କଲେଜ ପରିସର ସଫେଇ , ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ନେଇ ପ୍ରୋଗ୍ରାମ ଅଧିକାରୀଙ୍କ ଠାରୁ ପ୍ରକାଶ ପାଇଛି ।

You may have missed