March 11, 2026

ବୁଗୁଡ଼ାର ବିଭିନ୍ନ ସାର ବିକ୍ରୟ କେନ୍ଦ୍ର ଉପରେ ପ୍ରଶାସନିକ ଚଢାଉ 

IMG-20250902-WA0056
Share

ବୁଗୁଡ଼ା: ତା ୦୨/୦୯/୨୫ : ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ତହସିଲଦାର ତାପସ ରାଉତ ଏବଂ ସହକାରୀ କୃଷି ଅଧିକାରୀ ହରପ୍ରିୟା ବେହେରା ବୁଗୁଡା ଅଞ୍ଚଳର ବିଭିନ୍ନ ବେସରକାରୀ ସାର ବିକ୍ରୟ କେନ୍ଦ୍ର ଓ ସେବା ସମବାୟ ସମିତି ଗସ୍ତରେ ଯାଇଥିଲେ। ସାରର କଳାବଜାରୀକୁ ରୋକିବା ପାଇଁ ଟିମ୍ ପକ୍ଷରୁ ବୁଗୁଡା ଅଞ୍ଚଳର ଜୟ ମା ତାରିଣୀ ଭଣ୍ଡାର , ଜଗନ୍ନାଥ ଟ୍ରେଡର୍ସ , ପଦ୍ମାବତୀ ଭଣ୍ଡାର , ସାଇକୃପା ଷ୍ଟୋର ଓ ବୁଗୁଡ଼ା ସେବା ସମବାୟ ସମିତିରେ ଚଢାଉ କରାଯାଇଥିଲା । ଏହି ଟିମରେ ରେଭିନ୍ୟୁ ସୁପରଭାଇଜର ଗିରିଜା ଭୂଷଣ ମଲ୍ଲିକ ଓ ଭିଏଡବ୍ଲ୍ଯୁ ଅଶୋକ କୁମାର ସେଠୀ ମଧ୍ୟ ସାମିଲ ଥିଲେ। ଏହି ଚଢାଉ କାଳରେ ଗଚ୍ଛିତ ସାରକୁ ଚଢା ଦରରେ ବିକ୍ରି ନକରିବାକୁ ସମସ୍ତଙ୍କୁ ତାଗିଦ୍ କରିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।

You may have missed