April 28, 2026

ଗଜପତି : ଜଙ୍ଗଲର ପଥର କୋରଡରୁ ବୃଦ୍ଧଙ୍କ ଶବ ଉଦ୍ଧାର…. ୩ ଗିରଫ

IMG-20250902-WA0035
Share

.

 

ପାରଳାଖେମୁଣ୍ଡି:୨/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଆର. ଉଦୟଗିରୀ ଥାନା ପୁରୁଣାପାଣି ପଂଚାୟତ କାଦମୂଳି ଗାଁ ନିକଟସ୍ଥ ପାହାଡ଼ରେ ବୃଦ୍ଧଙ୍କୁ ହତ୍ୟା କରି ପଥର କୋରଡରେ ଲୁଚାଇ ରଖିଥୁବା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଦିଗପହଣ୍ଡି ଥାନା

ଢେପଶଙ୍କରଖାଳି ଗାଁର ବୋଲି ଜଣାପଡ଼ିଛି । ମୃତ ଜଣଙ୍କ ହେଲେ ସେହିଁ ଗାଁର ଶିବ ନୟକ. ଘଟଣାରୁ ପ୍ରକାଶ, ଗତ ୨୫ ତାରିଖରେ ଅଭିଯୁକ୍ତମାନଙ୍କ ସହ ମୃତ ଶିବ ନାୟକ ମଦ୍ୟପାନ କରି ବଚସା ହେବା ପରେ ଅଭିଯୁକ୍ତମାନେ ଶିବକୁ ପଥରରେ ଛେଚି ହତ୍ୟା କରି ନିକଟସ୍ତ ପାହାଡ ଉପରେ ନେଇ ଏକ ପଥର କୋରଡ ଭିତରେ ଲୁଚାଇ ଦେଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି କୌଣସି ସନ୍ଧାନ ନ ପାଇବା ପରେ ମୃତକଙ୍କ ଭାଇ ଆର. ଉଦୟଗିରି ଥାନାରେ ଲିଖୂତ ଅଭିଯୋଗ କରିଥିଲେ. ପୋଲିସ ଗାଁକୁ ଯାଇ କିଛି ଜଣଙ୍କୁ ଥାନାକୁ ଆଣି ତଦନ୍ତ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଅଭିଯୁକ୍ତମାନେ ହତ୍ୟା କରି ପଥର କୋରଡରେ ଲୁଚାଇ ରଖିଥିବା ପୋଲିସ ପାଖରେ ସ୍ୱୀକାର କରିଥିଲେ । ଅଭିଯୁକ୍ତମାନେ ହତ୍ୟା କରି ମୃତକକୁ ଲୁଚାଇ ରଖିଥୁବା ସ୍ଥାନ ଦେଖାଇବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ପଥର କୋରଡ ଭିତରୁ ମୃତ ଦେହ ଜବତ କରି ହତ୍ୟାକାଣ୍ଡ ସଂପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଥିଲା ବୋଲି ଆର ଉଦୟଗିରି ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆ ଗଣ ମାଧ୍ୟମ କୁ ସୂଚନା ସୂଚନା ଦେଇଛନ୍ତି l

You may have missed