ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ
ସୁରେନ୍ଦ୍ର କଠାର ଙ୍କ ରିପୋର୍ଟ
ଅତାବିରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ନିୟମିତ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଯୋଗଦାନ କରିଛନ୍ତି । ସେ ପୂର୍ବରୁ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡ଼ାରୀ ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ରୂପେ କାର୍ଯ୍ୟରତ ଥିଲେ । ଏହି ଅବସରରେ ତାଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏକ ସଭା କରି ସ୍ବାଗତ ସମ୍ବର୍ଦ୍ଧନା କରା ଯାଇ ଥିଲା । ସ୍ଵାଗତ ସଭାରେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭେଡେନ ଶ୍ରୀଯୁକ୍ତ ମଚ୍ଛିନ୍ଦ୍ର ମଲ୍ଲିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ସମସ୍ତ ସି.ଆର.ସି.ସି. ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଗଣ ଉପସ୍ଥିତ ଥିଲେ । ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ସ୍ଵାଗତ ଅଭିଭାଷଣରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହାଶୟା ପରିପ୍ରକାଶ କରିଥିଲେ । ଅତାବିରା ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ବୃନ୍ଦ ମଧ୍ୟ ତାଙ୍କୁ ସ୍ବାଗତ ଜଣାଇଥିଲେ ।
