March 12, 2026

୫-ଟି ସଚିବ ଭୟ ! ପ୍ରବଳ ବର୍ଷା ସତ୍ବେ ରାସ୍ତାରେ ଚାଲିଛି ପିଚୁ କାମ

IMG-20230427-WA0053
Share

୫-ଟି ସଚିବ ଭୟ !

ପ୍ରବଳ ବର୍ଷା ସତ୍ବେ ରାସ୍ତାରେ ଚାଲିଛି ପିଚୁ କାମ

 

ପାରଳାଖେମୁଣ୍ଡି:୨୭(ଗରୁଡ଼ ଧ୍ଵଜ ଚୌଧୁରୀ)ଚ଼ଳିତ ମାସ ୨୮ରେ ଗଜପତି ଜିଲ୍ଲା ଗସ୍ତରେ ୫ଟି ସଚିବ ଭିକେପlଣ୍ଡିଆନ ଆସିବାର କାର୍ଯ୍ୟକ୍ରମ ରହିଛି।ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଜିଲ୍ଲା ପ୍ରଶାସନ l ଜିଲ୍ଲାପାଳ ନିଜେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସହ ୫ଟି ରୂପାନ୍ତରିତ ବିଦ୍ୟାଳୟ ଗୁଡ଼ିକୁ ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଉଥିବା ଜଣାପଡିଛି l ସେହିଭଳି ଅନ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଚଳଚଞ୍ଚଳ ହୋଇଉଠିଛନ୍ତି l ୫ଟି ସଚିବଙ୍କ ଗସ୍ତ କରିବାକୁ ଥିବା ରାସ୍ତା ଗୁଡ଼ିକର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହି ପରିପେକ୍ଷୀରେ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପ୍ରବଳ ବର୍ଷା ହେଉଥିବା ସତ୍ତ୍ୱେ ପାଞ୍ଚଆମ୍ବ ଠାରୁ ଜିରାଙ୍ଗ ରସ୍ତlରେ ପିଚୁ ପକା ଯାଉଥିବା ଦେଖିବାକୁ ମିଳିଛି l ଅତ୍ୟନ୍ତ ତରବରିଆ ଭାବେ ବର୍ଷାରେ ପିଚୁ ପକା ଯାଉଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ସେପଟେ ଏ ସଂମ୍ପର୍କରେ ଚନ୍ଦ୍ରଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିପ୍ର ଚରଣ ବେହେରା ଙ୍କୁ ଗଣମାଧ୍ୟମର ପ୍ରତିନିଧି ପଚାରିବାରେ ଏସ୍. କ୍ଯୁ. ଏମ୍ (ଷ୍ଟେଟ କ୍ୱାଲିଟି ମନିଟର୍)ଙ୍କ ଗସ୍ତ ଯୋଗୁଁ ସମସ୍ୟା ସମ୍ପର୍କରେ କୌଣସି ମତାମତ ଦେଇପାରିବିନି କହିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କ କଥାକୁ ଏଡାଇ ଦେଇଥିଲେ। ତେବେ ପ୍ରବଳ ବର୍ଷାରେ ପିଚୁ ପକାଇ ରାସ୍ତା ମରାମତି କରିବାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି l