April 29, 2026

ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି, ନଗର ପରିକ୍ରମା ସହ ଶ୍ରୀଜମ୍ୱେଶ୍ୱରଙ୍କ ମନ୍ଦିରରେ ବିଜେ କରିବେ ଶ୍ରୀସୁଦର୍ଶନ

IMG-20250831-WA0001
Share

 

 

 

 

*ଆଜି ବଡ଼ଦେଉଳରେ ରାଧାଷ୍ଟମୀ ଅବସରରେ ଶ୍ରୀମନ୍ଦିରରୁ ଶ୍ରୀସୁଦର୍ଶନ ଦେବ ବାହାରି ନଗର ପରିକ୍ରମା କରିବା ସହ ଶ୍ରୀଜମ୍ୱେଶ୍ୱରଙ୍କ ମନ୍ଦିରରେ ବିଜେ ହେବେ । ଶ୍ରୀଜମ୍ବେଶ୍ୱର ଠାକୁରେ ବଡ଼ଦେଉଳ ଆୟବ୍ୟୟର ହିସାବ ଦେବେ । ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ହିସାବ ରକ୍ଷକି ଶ୍ରୀଜମ୍ୱେଶ୍ୱର ମହାପ୍ରଭୁ । ଜମ୍ବେଶ୍ୱର ମହାଦେବଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ପଢ଼ିବାର ଦେବବିଧି ସମ୍ପନ୍ନ ହେବ।*

 

*ଶ୍ରୀରାଧାଙ୍କ ଜନ୍ମୋତ୍ସବ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ସକାଳଧୂପ ଶେଷ ପରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରାଯିବ । ସାତ ପାହାଚ ନିକଟରେ ଥିବା ସୁସଜ୍ଜିତ ପାଲିଙ୍କିରେ ଠାକୁରାଣୀ ବିଜେ ହେବେ । ସେଠାରୁ ଯାଇ ଲକ୍ଷ୍ମୀଙ୍କ ଜଗମୋହନରେ ଖଟ ଉପରେ ଦେବୀ ଉପବେଶନ କରିବେ । ମା’ଙ୍କ ମାଜଣା, ଶୀତଳ ଭୋଗ ଓ ବନ୍ଦାପନା ନୀତି ବଢିବ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଉଠିବା ପରେ ମହାଲକ୍ଷ୍ମୀଙ୍କୁ ସିଂହାସନ ଉପରେ ବିଜେ କରାଯିବ । ଏହାପରେ ମଧ୍ୟାହ୍ନ ଧୂପ ଶେଷ ହୋଇ ଯଥାବିଧି ରାଧାଷ୍ଟମୀ ନୀତି ସମ୍ପନ୍ନ ହେବ ।*