April 30, 2026

ନକଲି ଜମି ମାଲିକ ସହ ଦୁଇ ଗିରଫ…

IMG-20250825-WA0072
Share

 

 

ଗଞ୍ଜାମ = ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ଫର୍ଦଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (30), ଦିଲୀପ୍ ମାଳି (51) ଓ ଦଣ୍ଡପାଣି ବେହେରା (78)। ସେମାନଙ୍କଠାରୁ ନକଲି ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ପୋଲିସ ଜବତ କରିଥିବା ଜଣା ପଡିଛି l

ଅଭିଯୋଗ ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ନକଲି ମାଲିକ ସହ ଦୁଇଜଣ ଦଲାଲ ରହିଛନ୍ତି। ସେମାନେ ମୃତ୍ୟୁ ଲୋକଙ୍କୁ ଜୀବିତ କରାଇ ଜମି ବିକ୍ରି କରିଥିବା ଅଭିଯୋଗରେ ବନ୍ଧା ହୋଇଥିବା ଥାନା ଏସଆଇ ଅନିରୁଦ୍ଧ ସ୍ୱାଇଁ ସୂଚନା ଦେଇଛନ୍ତି l ଏତଲାରୁ ମିଳିଥିବା ତଥ୍ୟ ଅନୁଯାଇ ହଳଦିଆ ପଦର ବାସିନ୍ଦା ଦଣ୍ଡପାଣି ବେହେରାଙ୍କ ଗତ 2004 ରେ ମୂର୍ତବରଣ କରିଥିଲେ। ମୃତ ଦଣ୍ଡପାଣିଙ୍କ ନାମରେ ମଲାଡ଼ ପଞ୍ଚାୟତରେ ଦୁଇ ଏକର ୬୪୨ ଡେସିମେଲ ଜମି ରହିଥିଲା। ପରିବାର ପ୍ରାୟ ସଦସ୍ୟମାନେ ବାହାରେ ସ୍ଥାୟୀ ଭାବରେ ଥିବାରୁ, ସେହି ଜମି ବିଷୟରେ ଗୁରୁତ୍ୱ ଦେଉନଥିଲେ।ସେହି ସୁଯୋଗର ଫାଇଦା ଉଠାଇ ଗିରଫ ବ୍ୟକ୍ତି ମାନେ ଦଲାଲ ସାଜି ଜାଲିଆତି ଭାବେ ଜମି ବିକ୍ରି କରିଥିବା ମଣ୍ଡି ଆବେଦନ କରିବା ପାଇଁ ସିସ୍ତୁ ରସିଦ କାଟିବା ସମୟରେ ଜାଣିବାକୁ ପାଇଥିଲେ ଦଣ୍ଡପାଣିଙ୍କ ପୁଅ ମାନସ । ଏନେଇ ଅଗଷ୍ଟ 20 ରେ ମାନସ ବେହେରା ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ଅଧାରରେ କେସ୍‌ ନଂ. 270/2025 ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଗଞ୍ଜାମ ଥାନା ପୋଲିସ l ଥାନା ଆଇଆଇସି ଦାୟିତ୍ୱରେ ଥିବା ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଖୋଳତାଡ଼ l ରିପୋର୍ଟ ଅନୁସାରେ 2024 ମସିହାରେ, ଅଭିଯୁକ୍ତମାନେ ନକଲି ଆଧାର କାର୍ଡ ବ୍ୟବହାର କରି 78 ବର୍ଷୀୟ ଦଣ୍ଡପାଣି ବେହେରାଙ୍କ ପରିଚୟ ଦେଇ ସ୍ଥାନୀୟ ବ୍ୟକ୍ତି ଡି ବିକାଶଙ୍କୁ ଜମି ବିକ୍ରି କରିଥିଲେ l 2024 ସେପ୍ଟେମ୍ବର 1 ରେ ଗଞ୍ଜାମ ସବ୍-ରେଜିଷ୍ଟ୍ରାର ଅଫିସରେ ଏହି ଜମିର ରେଜିଷ୍ଟ୍ରି ହୋଇଥିଲା। ଅଧିକା ଟଙ୍କା ଥିବା ଜମିକୁ କମ ଟଙ୍କାରେ ମିଳୁଥିବାରୁ ଜମି କିଣା ଯାଇଥିଲା। ଉକ୍ତ ଘଟଣାରେ ମୋଟ 15 ଲକ୍ଷ ଟଙ୍କା କାରବାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି,ଯାହାର 1.5 ଲକ୍ଷ ଟଙ୍କା ଦଣ୍ଡପାଣିଙ୍କୁ ଦିଆଯାଇଥିଲା ଏବଂ 13.5 ଲକ୍ଷ ଟଙ୍କା ଦୁଇ ଦଲାଲଙ୍କ ମଧ୍ୟରେ ବଣ୍ଟା ହୋଇଥିଲା। ଅଭିଯୁକ୍ତମାନେ ଜାଲିଆତି କରିଥିବା ସ୍ୱୀକାର କରିଛନ୍ତି। ଏଥିସହ ପୋଲିସ କହିଛି, ପ୍ରାଥମିକ ତଦନ୍ତ ଚାଲୁ ଥିବାବେଳେ ତଦନ୍ତ ଶେଷ ହେଲାପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସ୍ପଷ୍ଟ ହେବ। ଏହି ଘଟଣାରେ ଗିରଫ ସଂଖ୍ୟା ବଢିବାର ସମ୍ଭାବନା ରହିଛି l

You may have missed