ବୋଲଗଡ଼ ଅଞ୍ଚଳରେ ସାରର ଅଭାବୀ ଓ କଳା ବଜାରୀ ସମ୍ପର୍କରେ ପ୍ରଶାସନ ନୀରବ ଦ୍ରଷ୍ଟା

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ବ୍ଲକରେ ସାର ଅଭାବୀ ସମ୍ପର୍କରେ ଗଣମାଧ୍ୟମ ରେ ବହୁବାର ଖବର ପ୍ରକାଶ ପାଇଥିଲେ ସୁଦ୍ଧା ପ୍ରଶାସନ ମନମାନି ଦେଖା ଯାଇଛି। ବୋଲଗଡ଼ ବ୍ଲକର ୨୧ ଟି ସମବାୟ ସମିତି ଥିବା ସମସ୍ତ ସୋସାଇଟି ସେକ୍ରେଟାରୀଙ୍କ ସହ ଯୋଗାଯୋଗ କରି ସାର ର ସମସ୍ୟା ସମ୍ପର୍କ ରେ ବୁଝିଥିଲେ ମଧ୍ୟ ସେକ୍ରେଟେରୀ ମାନଙ୍କ କଥାରେ ତାଳମେଳ ରହୁନାହିଁ । ବ୍ଲକର ବୁଦ୍ଧିଜୀବୀଙ୍କ ମତାମତ ନେଇଥିଲେ ମଧ୍ୟ ବୁଦ୍ଧିଜୀବୀ କହିଥିଲେ ବ୍ଲକ ପ୍ରଶାସନ ଚୁପ୍ ,କଳା ବଜାରୀ ବେଧଡକ ଚାଲିଛି । ଜଣେ ସରକାରୀ ଦଳ ନେତାଙ୍କ ମତା ମତ ନିଆଯାଇଥିଲା ସେ ନିଜ ନାମ ଗୋପନ ରଖି କହିଲେ ଯେ ବୋଲଗଡ ବ୍ଲକ ପ୍ରଶାସନ ସବୁ ଜାଣି ନୀରବ। ବ୍ଳକ ନେତା ମାନେ ବି ନୀରବ କିନ୍ତୁ ଏଠି ଚାଷୀ ହନ୍ତ ସନ୍ତ ହେଉଛନ୍ତି ତାଙ୍କ ଦୁଃଖ ବୁଝୁଛନ୍ତି ବା କିଏ ?
ବର୍ତ୍ତମାନ ସମୟରେ ଧାନ ରୁଆ ପୋତା କାମ ସରିଯାଇଛି। ଧାନ ଗଛ ହୃଷ୍ଟପୁଷ୍ଟ ହୋଇ ବୁଦା ଧରି ବଢିବା ପାଇଁ ୟୁରିଆ ସାରର ଆବଶ୍ୟକତା ରହିଛି। ସରକାର ସେବା ସମବାୟ ଜରିଆରେ ସାର ଯୋଗାଇ ଯୋଗାଇ ଦେଇଥାନ୍ତି। କିନ୍ତୁ ଆବଶ୍ୟକ ଅନୁସାରେ ସାର ଯୋଗାଇ ଦିଆ ଯାଉ ନଥିବାରୁ ଅଞ୍ଚଳ ରେ ୟୁରିଆ ସାରର ଘୋର ଅଭାବ ଦେଖାଯାଇଛି। ଚାଷୀ ମାନେ ଚଢା ଦରରେ ଅର୍ଥାତ୍ ୪୫୦ରୁ ୫୦୦ ଟଙ୍କା ମଧ୍ୟରେ ୟୁରିଆ ସାର ଦଲାଲଙ୍କ ଠାରୁ କିଣିବାକୁ ବାଧ୍ଯ ହେଉଛନ୍ତି। ଯାହା ଫଳରେ ଚାଷୀ ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଚାଷୀ ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାର ଡିଣ୍ଡିମ ପିଟୁଥିଲେ ମଧ୍ୟ ସାରର ଅଭାବକୁ ଏ ପର୍ଯ୍ୟନ୍ତ ସମାଧାନ କରିପାରି ନାହାନ୍ତି। ଅନେକ ଚାଷୀ ଏପର୍ଯ୍ୟନ୍ତ ଜମିରେ ସାର ପକାଇ ପାରିନାହାନ୍ତି। ଚାଷୀ ମାନଙ୍କ ମଧ୍ୟରେ ୟୁରିଆ ସାର ପାଇଁ ଭାଳେଣି ପଡିଛି। ରାଜ୍ୟ ସରକାର ଏହାର ତୁରନ୍ତ ସମାଧାନ ନକଲେ ଚାଷୀ ଆନ୍ଦୋଳନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
