March 10, 2026

ବେଗୁନିଆ ଠିକାଦାର ସଂଘ ବୈଠକ ୧୪.୯୯ % କମ୍‌ରେ କାମକୁ ବିରୋଧ

IMG-20250824-WA0036
Share

 

 

ଖୋର୍ଦ୍ଧା , ( ପ୍ରିୟଙ୍କା ମହାପାତ୍ର):- ବେଗୁନିଆ ବ୍ଲକ୍ କେନ୍ଦୁପଲ୍ଲୀସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବେଗୁନିଆ ଠିକାଦାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଦିବଂଗତ ଠିକାଦ।ର ପବିତ୍ର ସୁନ୍ଦରାୟ ଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଠିକାଦାରମାନେ ଜିଲ୍ଲାରେ ଠିକାଦାର ଙ୍କ ଦୂରାବସ୍ଥା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି କାମରେ ୧୪.୯୯ ପ୍ରତିଶତ କମ୍‌ରେ କାମକୁ ସମସ୍ତେ ବିରୋଧ କରିଥିଲେ । ସର୍ବସମ୍ମତି କ୍ରମେ ନିଷ୍ପଭି ହେଲା, ୧୪.୯୯ ପ୍ରତିଶତ କମରେ କେହି କାମ କରିବେନି। ଯଦି ବା କାମ କରନ୍ତି ତା’ହେଲେ ତାହାର ତୀବ୍ର ବିରୋଧ କରାଯିବ। ଦରକାର ପଡିଲେ ସଂଘ ତରଫରୁ ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରଯିବ। ପୁନଶ୍ଚ ଆଗକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଯେଉଁ ଟେଣ୍ଡର ପକାଇବେ ସେଥିରେ କାହାରି ଯେମିତି ୧୪.୯୯ ପ୍ରତିଶତ କମ୍‌ରେ ଟେଣ୍ଡର ନପଡ଼େ । ସେହିଭଳି ବିଭିନ୍ନ ବିଭାଗର ଯେଉଁସବୁ କାର୍ଯ୍ୟର ଟେଣ୍ଡର ପଡିବ ସେଥିରେ ମଧ୍ୟ ଠିକାଦାର ୧୪.୯୯ ପ୍ରତିଶତ କମ୍‌ରେ ଟେଣ୍ଡର ନ ପକାଇବାକୁ ନିଷ୍ପରି ହୋଇଥିଲା । ବିଶେଷକରି କୌଣସି ବିଭାଗରେ ଟେଣ୍ଡର ବି ସ୍ପେଶାଲ ଶ୍ରେଣୀଭୂକ୍ତ-ଏ,ବି,ସି,ଡିର ଠିକାଦାର ମାନେ ସିଡ୍ୟୁଲ ରେଟ୍‌ରେ ଟେଣ୍ଡର ପକାଇବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପଭି ହୋଇଥିଲା । ଏହାପରେ ମାସକୁ ଥରେ ବୈଠକ କରିବା ଓ ଏହି ବୈଠକରେ କାମର ପୁଙ୍ଖାନୁପୁଙ୍ଖ କରାଯାଇ ପ୍ରସ୍ତାବ ଗୃହୀତ କରାଗଲା। ବୈଠକରେ ବରିଷ୍ଠ ଠିକାଦାର ଅମୀୟ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ କମିଟି ସଦସ୍ୟ ଭାବେ ଅକ୍ଷୟ ପ୍ରଧାନ,ଅଜୟ ପ୍ରଧାନ, ରମେଶ କୁମାର ସାହୁ , ଜିଆଉଲ ରହେମ।ନ୍ ଖାଁ,ଅଶୋକ କୁମାର ସେନାପତି ,ଦିବାକର ପଣ୍ଡା ମନୋନୀତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଚିତ୍ର ସୁବୁଦ୍ଧି, ଗଙ୍ଗାଧର ଗୋଛି, ଲଲାଟ ପାଟସାନୀ, ଦିବାକର ପରିଡ଼ା, ଗଙ୍ଗାଧର ପ୍ରଧାନ, ଅକ୍ଷୟ ପରିଡ଼ା, ତାଜୁଦିନ ଖାଁ, ପୂଜେଶ କୁମାର ପ୍ରଧାନ, ଜାମିଲୁର୍ ରେହମ।ନ୍ ଖାଁ, ବ୍ରଜବନ୍ଧୁ ସେଠୀ, ଜିତେନ୍ଦ୍ର ସୁବୁଦ୍ଧି,ପପୁ ବେହେରା ପ୍ରମୁଖ ଯୋଗଦେଇଥିଲେ ।